
ଭୁବନେଶ୍ୱର.ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ମେଂଚଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ନୀରିକ୍ଷଣ କରିଛନ୍ତି । ଏହି ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ ଇେଂଟନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ), ଆଉଟ ପେସେଂଟ ବିଭାଗ (ଓପିଡି), ବିଭିନ୍ନ ୱାର୍ଡ, ରୋଗୀଙ୍କୁ ପ୍ରଦାନ କରାଯାଇଥିବା ସୁବିଧା ଯାଂଚ କରିଥିବା ବେଳେ ରୋଗୀ ଏବଂ ଅଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟର କାର୍ଯ୍ୟଦକ୍ଷତା ମଧ୍ୟ ସମୀକ୍ଷା କରିଥିଲେ ।ପୂର୍ବତଟ ରେଳପଥର ପ୍ରମୁଖ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. କେ. ସି. ସାହୁ ମହାପ୍ରବନ୍ଧକଙ୍କୁ ନୀରିକ୍ଷଣ ସମୟରେ ସହାୟତା କରିଥିବାବେଳେ କେନ୍ଦ୍ରୀୟ ଚିକିତ୍ସାଳୟର ନିର୍ଦ୍ଦେଶକ ଡ. ଶ୍ରୀମତୀ ରୁପା କପିଲ ଏହି ନୀରିକ୍ଷଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।