-
ପଞ୍ଜିକରଣ ସ୍ଥାନରେ ଲମ୍ବା ଲାଇନ ଓ ଖରାରେ ଶିଝୁଛନ୍ତି ରୋଗୀ,
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅବ୍ୟବସ୍ଥା |ଘଣ୍ଟା ଘଣ୍ଟା ଧରି ଖରାରେ ଶିଝୁଛନ୍ତି ରୋଗୀ |ରୋଗୀ ପଞ୍ଜିକରଣ ସ୍ଥାନରେ ଲାଗୁଛି ଲମ୍ବା ଲାଇନ |ମୁଖ୍ୟ ଚିକିତ୍ସାଳୟ ତରଫରୁ ଭିଡ ନିୟନ୍ତ୍ରଣ ପାଇଁ ନିଆ ଯାଉନାହିଁ ସ୍ୱତନ୍ତ୍ର ପଦକ୍ଷେପ |ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ରୋଗୀ ଆସୁଛନ୍ତି ହେଲେ ପଞ୍ଜିକରଣ କାଉଣ୍ଟର ମାତ୍ର ଦୁଇଟି |ଦେଶରେ ଏବଂ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ କରୋନା କଟକଣା ମାନୁନାହାନ୍ତି ରୋଗୀ ଓ ପଦକ୍ଷେପ ନେଉନାହାନ୍ତି ଚିକିତ୍ସାଳୟ କତୃପକ୍ଷ |ସେହିଭଳି ସମାନ ସ୍ଥିତି ମଧ୍ୟ ନିରାମୟ(ମାଗଣା ଔଷଧ ବିତରଣ )କେନ୍ଦ୍ରରେ ସିଝୁଛନ୍ତି ରୋଗୀ |ରକ୍ତ ନମୁନା ସଂଗ୍ରହ କେନ୍ଦ୍ରରେ ରୋଗୀଙ୍କୁ ଷ୍ଟାଫ୍ଫ କରୁଛନ୍ତି ଦୁର୍ବ୍ୟବହାର |ଏଥି ପ୍ରତି ଧ୍ୟାନ ଦେବାପାଇଁ ବୁଦ୍ଧିଜୀବୀ ଙ୍କ ମତ |