ଜଗନ୍ନାଥପ୍ରସାଦ -: ଜଗନ୍ନାଥପ୍ରସାଦ ରେ ଆଜି ଆଦିବାସୀ ମହା ସଭା ପକ୍ଷରୁ ଏକ ରାଲି କରାଯାଇ ସ୍ଥାନୀୟ ତହସିଲଦାର ଙ୍କ ନିକଟରେ ଗରିବ ଆଦିବାସୀଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି କିଛି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ର ଲୋକ ।ଘଟଣାକ୍ରମ ରେ ଜଗନ୍ନାଥପ୍ରସାଦ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବର୍ଷ ଦେଖିବାକୁ ମିଳେ କିଛି ସ୍ଥାନୀୟ ଆଦିବାସୀ ଙ୍କ ଆନ୍ଦୋଳନ ଓ ଧାରଣା । ନିଜର କୌଳିକ ଅସ୍ତ୍ରଶସ୍ତ୍ର ଧରି ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଜମି ହଡ଼ପ ହୋଇଥିବା ଓ ନିଜ ହକ ଫେରାଇବା ପାଇଁ ନାରା ଦେଇ କାର୍ଯ୍ୟାଳୟ ସମ୍ମୁଖରେ ବସି ରୁହନ୍ତି । ତେବେ ଗରିବ ଆଦିବାସୀଙ୍କ ଅଭିଯୋଗ କୁ ସେହି ସମୟରେ ଦାୟିତ୍ବ ରେ ଥିବା ତହସିଲ ଦାର ଅଭିଯୋଗ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇ ମାମଲା ରଫାଦଫା କରିଦିଅନ୍ତି । ତେବେ ବିଶେଷ ସୂଚନାଯୋଗ୍ୟ ଯେ ଗରିବ ଆଦିବାସୀଙ୍କ ଙ୍କୁ ଅସ୍ତ୍ର କରି କିଛି ରାଜନେତା ତଥା ଦଲାଲ ସମ୍ପ୍ରଦାୟର ବ୍ୟକ୍ତି ପ୍ରଶାସନ ଓ ସବର୍ଣ୍ଣ ଲୋକଙ୍କୁ ଠୁ କାଜୁ ଜଙ୍ଗଲ ଜମି ହାତେଇବା ପାଇଁ ପ୍ରୟାସ କରୁଛନ୍ତି । ସୂଚନା ଅନୁସାରେ ଜଗନ୍ନାଥପ୍ରସାଦ ତହସିଲ ଅଧିନ କିଛି ଆଦିବାସୀ ଅଞ୍ଚଳରେ କିଛି ସବର୍ଣ୍ଣ ଲୋକ ଙ୍କ ପୈତୃକ ଜମି ରହିଛି ଯେଉଁ ଜମିରେ କାଜୁ ଚାଷ କରି ସେମାନେ ଉପକୃତ ହୁଅନ୍ତି। ତେବେ ଆଦିବାସୀ ଅଧିଷ୍ଠିତ ଅଞ୍ଚଳରେ କିପରି ସବର୍ଣ୍ଣ ଲୋକଙ୍କ ଜମି ଅଛି ବୋଲି ଅଭିଯୋଗ କରିବା ସହ ସବର୍ଣ୍ଣ ଲୋକଙ୍କ ଜମିକୁ ଜୋର ଜବରଦସ୍ତ ଦଖଲ କରିବା ସହ କାଜୁ ଜଙ୍ଗଲ ରୁ କାଜୁ ଚୋରି କରିଥିବା ର ଅଭିଯୋଗ ରହିଛି ଯାହାର ପ୍ରତିବାଦ କଲେ ସ୍ଥାନୀୟ ଥାନାରେ ଉକ୍ତ ବ୍ୟକ୍ତି ଙ୍କ ନାମରେ ମିଥ୍ୟା ଅଭିଯୋଗ କରି ହଇରାଣ ହରକତ କରିଥାନ୍ତି । ଅନ୍ୟ ପକ୍ଷରେ ଏହାର ଫାଇଦା ଉଠାଇ ଥାନ୍ତି ସ୍ଥାନୀୟ ଦଲାଲ ମାନେ। ଉକ୍ତ ଗରିବ ଆଦିବାସୀ ଙ୍କୁ ଉତ୍ତମ ଖାଇବା ଓ ଟଙ୍କା ପଇସା ଦେଇ ପ୍ରଶାସନିକ ଅଧିକାରୀ ଙ୍କ ନିକଟରେ ମୋହରା ସଜାଇ ସବର୍ଣ୍ଣ ଲୋକଙ୍କୁ ଅପରପକ୍ଷରେ ଧମକ ଦେଉଥିବାର ଦେଖିବାକୁ ମିଳିଛି । ତେବେ ପ୍ରତିବର୍ଷ ଏହି ଗରିବ ଆଦିବାସୀ ମାନେ ରାଲି କରି, ଧାରଣା ଦିଅନ୍ତି ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହାର ନେତୃତ୍ୱ ରେ ଥାନ୍ତି ସେମାନଙ୍କର ନେତା ପୁର୍ଣ୍ଣଚନ୍ଦ୍ର ପ୍ରଧାନ । ଆଦିବାସୀ ଙ୍କୁ ଏକାଠି କରିବା, ସେମାନଙ୍କ ଯିବା ଆସିବା, ରହିବା ଖାଇବା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ଆଦି କରିଥାନ୍ତି ପୁର୍ଣ୍ଣଚନ୍ଦ୍ର । ପୂର୍ବଥର ଭଳି ଆଜି ବି ସମାନ ଢଂଗ ରେ ଆଦିବାସୀ ମହାସଭାର ବ୍ୟାନର ଧରି 20 ରୁ 30 ଜଣ ମହିଳା ଓ ପୁରୁଷ ଆଦିବାସୀ ନିଜର କୌଳିକ ଅସ୍ତ୍ରଶସ୍ତ୍ର ଧରି ସ୍ଥାନୀୟ ବ୍ଲକ ଠାରୁ ପଦ ଯାତ୍ରା କରି ରାସ୍ତାରେ ନାରା ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ କୌଣସି ଦାବି ପତ୍ର କିମ୍ବା ଅଭିଯୋଗ ପତ୍ର ନଥାଇ ଏମିତି ଖାଲି ଟାରେ ଧାରଣା ଦେଇଥିବା ସ୍ଥାନୀୟ ତହସିଲଦାର କହୁଥିବା ଆଦିବାସୀ ନେତା ପୁର୍ଣ୍ଣ ପ୍ରଧାନ କହିଛନ୍ତି ଓ ସଠିକ ପ୍ରମାଣ ପତ୍ର ସହ ଦାବି ପତ୍ର ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଗରିବ ଆଦିବାସୀଙ୍କ ଆନ୍ଦୋଳନ ର କେତେ ସତ୍ୟାସତ୍ୟ ରହିଛି ଏବଂ ଘଟଣାର ସଠିକ ତଦନ୍ତ କରି ଗରିବ ଆଦିବାସୀଙ୍କ ଆନ୍ଦୋଳନ କୁ ବନ୍ଧ କରାଯିବା ନେଇ ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି ।
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କରିପୋଟ