

Related Stories
August 24, 2025
ଜଗନ୍ନାଥପ୍ରସାଦ : ଜଗନ୍ନାଥପ୍ରସାଦ ରେ ଆଜି ଜଗନ୍ନାଥପ୍ରସାଦ ପୋଲିସ ପକ୍ଷରୁ କରୋନା ର ଦିତୀୟ ଲହରୀ କୁ ରୋକିବା ଦିଗରେ ସଚେତନତା କରା ଯାଇଛି । ଆଜି ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ ସ୍ବାଇଁ ଙ୍କ ଅଧକ୍ଷତା ରେ ଏସ ଆଇ ସୁଶାନ୍ତ କୁମାର ପ୍ରଧାନ ଙ୍କ ସହ ପୋଲିସ ବାହିନୀ ସଦଳ ବଳେ ଜଗନ୍ନାଥପ୍ରସାଦ ମୁଖ୍ୟ ବଜାର ପରିକ୍ରମା କରି କରୋନା ରୋଗରୁ ରକ୍ଷା ପାଇଁ ସଚେତନତା କରାଇଛନ୍ତି। ଜଗନ୍ନାଥପ୍ରସାଦ ମୁଖ୍ୟ ବଜାର ଠାରେ ଲୋକ ଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିବା ସହ କରୋନା ରୋଗ ଠାରୁ କିଭଳି ଦୂରରେ ରହିବା ବୁଝାଇ ଥିଲେ ଏବଂ ଯେଉଁମାନେ ମାସ୍କ ହେଲମେଟ ପିନ୍ଧି ନଥିଲେ ସେମାନଙ୍କୁ ତାଗିତ କରିବା ସହ ଫାଇନ ମଧ୍ୟ ପକାଇଥିଲେ । ଅନ୍ୟ ପକ୍ଷରେ ବଜାର ରେ ଥିବା ଦୋକାନୀ ମାନଙ୍କୁ ସାମାଜିକ ଦୂରତ୍ୱ ରଖି ନେଣଦେନେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।ତେବେ ଆଗକୁ ମାସ୍କ ତଦାରଖ ଓ କରୋନା ସଚେତନତା ଜାରି ରହିବ ବୋଲି ଥାନା ଅଧିକାର ଶ୍ରୀ ସ୍ୱାଇଁ କହିଛନ୍ତି ଏବଂ ଯଦି କେହି ନିୟମ ଉଲଂଘନ କରେ ତାହେଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ମଧ୍ୟ କହିଛନ୍ତି ।