
ପୁରୀ, ପୁରୀ ଟାଉନ୍ ର ବିଭିନ୍ନ ସ୍ଥାନରୁ ମୋବାଇଲ୍ ଓ ଭ୍ୟାନିଟ୍ ବ୍ୟାଗ୍ ଛିନତାଇ ଘଟଣାରେ ଟାଉନ୍ ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି । ସମୁଦ୍ରକୂଳ ଥାନା, ଟାଉନ୍ ଥାନା, ବଳିଆପଣ୍ଡା ଥାନା, ସିଂହଦ୍ୱାର ଥାନା ଅଂଚଳରେ ଅଭିଯୁକ୍ତ ମାନେ ମୋବାଇଲ୍ ଓ ଭ୍ୟାନିଟ ବ୍ୟାଗ୍ ପର୍ଯ୍ୟଟକ ମାନଙ୍କ ଠାରୁ ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ମାନଙ୍କ ନିକଟରୁ ୧୭ ଟି ମୋବାଇଲ୍ ଜବତ ହୋଇଛି । ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ।