ରାଉରକେଲା , ରାଉରକେଲା ଇସ୍ପାତ କାରଖାନାରେ ପୁଣି ଦୁର୍ଘଟଣା ଘଟିଛି ,ଏଥିରେ କୌଣସି କର୍ମଚାରୀ ମୃତାହତ ହୋଇନଥିବା ବେଳେ ନିଆଁ ଲାଗି ଏକ କଂଟ୍ରୋଲ ରୁମ ଜଳିଯାଇ କାରଖାନାର ଉତ୍ପାଦନ ଉପରେ ଆଂଚ ଆଣିଛି ,ଫଳରେ କାରଖାନାର ବ୍ୟାପକ କ୍ଷତି ହୋଇଥିବା ନେଇ ବିଭିନ୍ନ ଶ୍ରମିକ ସଙ୍ଗଠନ ଅଭିଯୋଗ କରିଛନ୍ତି । ଘଟଣା ଘଟିଛି ଗତକାଲି ରାତି ଗୋଟାଏରୁ ଦେଢଟା ଭିତରେ । ଏସ ଏମ ଏସ-୨ କଂଟ୍ରୋଲ ରୁମ ରେ ହଠାତ ନିଆଁ ଲାଗି ଏଠାରେ ଥିବା ସମସ୍ତ କଂପ୍ୟୁଟର,କେବୁଲ,କାଗଜପତ୍ର ଜଳି ଗଲା । ତେବେ ନିଆଁ ଲିଭା ଦଳ ଖବର ପାଇ ଅଗ୍ନିକୁ ନିୟନ୍ତ୍ରଣ କରିଥିଲେ ବି ଏସବୁ କୁ ରକ୍ଷା କରିପାରି ନଥିଲେ । କୁହା୍ାଉଛି ଯେ, ଏହି ବିଭାଗର ସ୍ଲାଗ ପଟ ୨ରେ କୌଣସି କାରଣରୁ ନିଆଁ ଲାଗି କେବୁଲ ଜଳିଥିଲା । ତେବେ ଏହାକୁ କେହି ଜାଣି ନପାରିବାରୁ ଏହି କେବୁଲ ଜଳି ଜଳି ଶେଷରେ କଂଟ୍ରୋଲ ରୁମ କୁ ଧରିଥିଲା ଫଳରେ ଏହି ରୁମ ଜଳି ପାଉଁସ ହୋଇ ,୨ଟି ଯାକ କନଭର୍ଟର ଅଚଳ ହୋଇ ପଡିଛି । ୩ନମ୍ବର କନଭର୍ଟରରେ କାମ ଚାଲିଥିବା ବେଳେ ଏହି ୨ଟି ବନ୍ଦ ରହିଛି । ଏଭଳି କାରଣ ଯୋଗୁ ଆରଏସପିର ବହୁ କ୍ଷତି ହୋଇଥିବା ଶ୍ରମିକ ସଂଗଠନ ମାନେ ଅଭିଯୋଗ କରିଛନ୍ତି । ତେବେ ସ୍ଲାଗ ପଟରେ ଅଗ୍ନି କାଣ୍ଡ ଲାଗି ଏଭଳି ଦୁର୍ଘଟଣା ହେଲା ବୋଲି ଶ୍ରମିକ ଓ ସଙ୍ଗଠନ ମାନେ କହୁଥିବା ବେଳେ ଏହି ଦୁର୍ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଫାକ୍ଟ୍ରୀ ବୟଲର ବିଭାଗ ମୁହଁ ଖୋଲି ନାହିଁ । ଏଭଳି ଦୁର୍ଘଟଣା କାରଖାନାରେ ବାରମ୍ବାର ଘଟିବା ସହ କ୍ଷୟ କ୍ଷତି ସାଙ୍ଗକୁ ଶ୍ରମିକ ମୃତାହାତ ହେଉଛନ୍ତି । ନିକଟରେ ୪ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହେବା ସହ ପୁଣି ଜଣେ ଶ୍ରମିକ ମରିଲେ ଓ ତାଙ୍କ ଶରୀର ୨୦ଦିନ ପଡି ରହିଲା , ଗତକାଲି ଦୁର୍ଘଟଣା ହୋଇଥିବା ସ୍ଥାନରେ ଅତିତରେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଏଜିଏମଙ୍କର ମୃତ୍ୟୁ ହୋଇଥିଲା,୨/୩ ଜଣ ଠିକା ଶ୍ରମିକ ମଧ୍ୟ ମୃତ୍ୟୁ ବରଣ କରିଥିଲେ । ଏଭଳି ଦୁର୍ଘଟଣା ସହ ମୃତାହତ ଓ କ୍ଷୟ କ୍ଷତି ପଛରେ ମୁଖ୍ୟ କାରଣ ହେଲା ଏଠାରେ ନିୟମିତ କର୍ମଚାରୀ ଙ୍କ ସଂଖ୍ୟା କମ ରହିଛି ଓ ସେହିଯାଗାରେ ଅନଭିଗ୍ୟଂ ଠିକା ଶ୍ରମିକ ମାନଙ୍କୁ ନେଇ କାମ କରାଯାଉଛି । ଏଭଳି କାମ ସମୟରେ ସେହି ଅଂଚଳର ଅଫିସର ମାନେ ନିଘୋଡ ନିଦରେ ଏସି ରୁମରେ ଶୋଇପଡୁଛନ୍ତି । ଫଳରେ ଏଭଳି ଦୁର୍ଘଟଣା ମାନ କାରଖାନାରେ ବଢିଚାଲିଛି ବୋଲି ଶ୍ରମିକ ସଂଗଠନ ମାନେ ଅଭିଯୋଗ କରିଛନ୍ତି । ଏହା ଛଡା ବାରମ୍ବାର ଦୁର୍ଘଟଣା ନେଇ ଏହି କାରଖାନାକୁ ରାଜ୍ୟ ସରକଲାରଙ୍କ କାରଖାନା ବିଭାଗ ର ନିର୍ଘାତ ଛାଟ ନପଡିବା ଓ ଏଠାରେ ଦାୟିତ୍ୱରେ ଥିବା ବାବୁ ମାନେ ଆରଏସପିର କୋଠ ପୁଅ ହୋଇ ସବୁ ଭୁଲିଜିବା ଅନ୍ୟତମ କାରଣ ବୋଲି କୁହାଯାଉଛି । ନିକଟରେ ୪ଠିକା ଶ୍ରମିକ ମୃତ୍ୟୁବରଣ କରିବା ମାମଲରେ ରାଜ୍ୟ କାରଖାନା ବିଭାଗ ମାମଲା କଲା ବୋଲି କୁହାଯାଇଥିବା ବେଳେ ରାଉରକେଲା ପୁଲିସି ମଧ୍ୟ ଏହି ଗୁର୍ଘଟଣାରେ କେବଳ କେଶ ଟିଏ କରିଦେଇ ସବୁ ଦିନ ଭଳି ନୀରବ । ସୁରକ୍ଷାକୁ ନେଇ ଏହି କାରଖାନା ମାମଲାରେ ଆଇନ ଅନୁସାରେ ଦାୟିତ୍ୱରେ ଥିବା ବିଭାଗ ଓ ଅଫିସର ମାନଙ୍କ ନୀରବତା କାରଖାନା ଚଳାଉଥିବା ଅଧିକାରୀ ମାନଙ୍କ ବେପରୁଆ ମନୋଭାବକୁ ଅଧିକ ସାହାସ ଯୋଗାଉଛି ଫଳରେ ଉଭୟ କାରକାନା ଓ ନିରୀହ ଜୀବନ ଗୁଡିକ ବଳିପଡୁଛି । ତେବେ ଏନେଇ ଆରଏସପି ପକ୍ଷରୁ କୌଣସି ସୁଚନା ମିଳିନଥିବା ବେଳେ ଏସଂପର୍କରେ ସବୁ ଦୁର୍ଘଟାଣ ଭଳି ତଦନ୍ତ କରାଜିବ ବୋଲି ଖବର ମିଳିଛି ।