
-
ଆଠ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ କରୋନା ମାମଲାରେ ବୃଦ୍ଧି ହେଉଛି
-
ସକ୍ରିୟ ମାମଲାରେ ବୃଦ୍ଧି କ୍ଷେତ୍ରରେ ଉଦବେଗଜନ ରାଜ୍ୟ
-
ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ସ୍ଥିତିର ସମୀକ୍ଷା କଲେ କ୍ୟାବିନେଟ ସଚିବ
ନୂଆଦିଲ୍ଲୀ, କୋଭିଡ-୧୯ ବିରୋଧରେ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୭-୩ କୋଟିରୁ ଅଧିକ ଡୋଜ୍ ଟିକା ଲୋକଙ୍କୁ ଦିଆସରିଲାଣି ।ଆଜି ସକାଳ ୭ଟା ସୁଦ୍ଧା ୧୧,୫୩,୬୧୪ ସେସନରେ ୭,୩୦,୫୪,୨୯୫ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୮୯,୩୨,୬୪୨ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୫୨,୯୬,୬୬୬ ଏଚସିଡବ୍ଲୁ (ଦ୍ୱିତୀୟଡୋଜ୍), ୯୫,୭୧,୬୧୦ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୩୯,୯୨,୦୯୪ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ଆକ୍ରାନ୍ତ ୪,୪୫,୭୭,୩୩୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୬,୮୩,୯୪୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।ମୋଟ ଟିକାକରଣ ମଧ୍ୟରୁ ୬ କୋଟି (୬,୩୦,୮୧,୫୮୯) ପ୍ରଥମ ଡୋଜ୍ ଏବଂ ପ୍ରାୟ ୧ କୋଟି (୯୯,୭୨,୭୦୬) ପାଖାପାଖି ଦ୍ୱିତୀୟ ଡୋଜ୍ ଦିଆଯାଇଛି ।