ଭଦ୍ରକ- ଭଦ୍ରକ ଜିଲାରେ ସ୍ବାସ୍ଥ୍ୟବୀମା ଦ୍ବାରା ପ୍ରଦାନ କରାଯାଉଥିବା ସୁବିଧା ବନ୍ଦ ହୋଇଛି। ନିଖôଳ ଓଡ଼ିଶା ଘରୋଇ ଚିକିସôା ପ୍ରତିଷ୍ଠାନ ସଂଘ ପକ୍ଷରୁ ସେପ୍ଝେମ୍ବର ୨୯ ତାରିଖ ନିଆଯାଇଥିବା ନିଷ୍ପି ଅନୁସାରେ ଏ ପ୍ରକାର ଚରମ ନିଷ୍ପି ନିଆଯାଇଥିବା ଜିଲା ଘରୋଇ ଚିକିସôା ପ୍ରତିଷ୍ଠାନ ସଂଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି େଯାଗେ ଘୋଷଣା କରାଯାଇଛି। ଫଳରେ ଜିଲାର ପ୍ରାୟ ୧୦ ଲକ୍ଷ ହିତାଧିକାରୀ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଉଛି। ଏଠାରେ ସୂଚନାେଯାଗ୍ୟ, ଜିଲାର ମୋଟ ୧୨ଟି ଘରୋଇ ନର୍ସିଂହୋମ୍ ଓ ହସ୍ପିଟାଲ ଏବଂ ୭ଟି ସରକାରୀ ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବୀମା ସୁବିଧା ଉପଲବ୍ଧ ରହିଛି। ଏ ସମସ୍ତ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦ ସ୍ବାସ୍ଥ୍ୟବୀମା କାର୍ଡର ସୁବିଧା ହିତାଧିକାରୀମାନେ ପାଇ ଆସୁଥିଲେ। ତଥ୍ୟ ଅନୁଯାୟୀ ୨୦୧୮ ଡିସେମ୍ବର ୩୧ ତାରିଖରୁ ସମଗ୍ର ରାଜ୍ୟରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା େଯାଜନା (ଆରଏସ୍ବିଓ୍ବାଇ) ବନ୍ଦ ହୋଇଯାଇଛି। ନୂତନ ଭାବେ ପ୍ରଣିତ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ େଯାଜନା ସଂପର୍କରେ କୌଣସି ନିଷ୍ପି ଏଯାଏ ହୋଇ ନାହó। ଆର୍ଏସ୍ବିଓ୍ବାଇଁ େଯାଜନାରେ ଉପକୃତ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ବିକଳ୍ପ ଭାବେ ବିଜୁ କୃଷକ କଲ୍ୟାଣ େଯାଜନାରେ ସାମିଲ କରି ଏସ-୧, ପରେ ଏସ- କାର୍ଡ ପ୍ରଦାନ କରିଛନ୍ତି। ଜିଲରେ ଏସ-୧ କାର୍ଡରେ ୧ ଲକ୍ଷ ୬ ହଜାରରୁ ଉଦ୍ଧ୍ର୍ବ ଓ ଏସ-୨ କାର୍ଡରେ ୧ ଲକ୍ଷ ୨୮ ହଜାରରୁ ଉଦ୍ଧ୍ର୍ବ ହିତାଧିକାରୀ ରହିଛନ୍ତି। ପୂର୍ବରୁ ଏହି େଯାଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦ ଅର୍ଥର ଅନୁପାତ ୩:୭ ଥିଲାବେଳେ ରାଜ୍ୟ ଏସ୍-୨ କାର୍ଡ ପ୍ରଚଳନ କରି ସମସ୍ତ ଖଚ୍ର୍ଚ ବହନ କରିବାକୁ ଘୋଷଣା କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ନିଦ୍ର୍ଧେଶ ଦେଇଥିଲେ। ସେହି ଅନୁଯାୟୀ ଉପରୋକ୍ତ ସେବା ପ୍ରଦାନକାରୀ ସଂସ୍ଥା ହିତାଧିକାରୀ ବୀମା ସୁବିଧା େଯାଗାଇ ଆସୁଥିଲେ ମଧ୍ଯ ଆଜି ଠାରୁ ଏହାକୁ ବନ୍ଦ କରିଦେଇଛନ୍ତି। ଜିଲା ଘରୋଇ ଚିକିସôା ପ୍ରତିଷ୍ଠାନ ସଂଘର ଯୁକ୍ତି ହେଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି େଯାଜନାକୁ ବହୁ ଅର୍ଥନୈତିକ ପ୍ରତିକୂଳ ପରିସ୍ଥିତି ସତ୍ବେ ସେମାନେ ଦୀର୍ଘବର୍ଷ ଧରି ସଫଳ ରୂପ ଦେଇ ଆସିଛନ୍ତି। କିନ୍ତୁ ଗତ ୧୧ ମାସ ଧରି ବୀମା କଂପାନୀ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରିନାହó। ଯାହାକି ସାଢେ ୪ କୋଟି ଟଙ୍କା ହେବ ବୋଲି ସଂଘ କହିଛି। ଏହା ବ୍ୟତୀତ ୨୦୦୭ ମସିହାରେ ବିଭିନ୍ନ ରୋଗର ଚିକିସôା ଓ ଅସ୍ତ୍ରୋପଚାର ପାଇଁ ସରକାର େଯଉଁ ପ୍ୟାକେଜ୍ ନିଦ୍ର୍ଧାରଣ କରିଥିଲେ, ସେଥିରେ କୌଣସି ପରିବର୍ନ ଆସିନାହó। ହସ୍ପିଟାଲ ମାଲିକମାନଙ୍କୁ ପ୍ରଭୂତ କ୍ଷତିର ସାମ୍ନା କରିବାକୁ ପଡିଛି। ଏହାବ୍ୟତୀତ ବିଭିନ୍ନ ରୋଗର ଅସ୍ତ୍ରୋପଚାର ତଥା ଚିକିସôା ପାଇଁ ସରକାର େଯଉଁ ମୂଲ୍ୟ ନିଦ୍ର୍ଧାରଣ କରିଛନ୍ତି, ତାହା ସନ୍ତୋଷଜନକ ନୁହେଁ। ଅପରପକ୍ଷ ସରକାରଙ୍କ ପରିଚଳନାଗତ କିମ୍ବା ବୈଷୟିକ ତ୍ରୁଟି କାରଣରୁ ଜିଲା ପ୍ରଶାସନ ଏ ଜଟିଳ ସମସ୍ୟା ସଂପର୍କରେ ଅବଗତ ଥାଇ ମଧ୍ଯ ସଂପୃକ୍ତ ଘରୋଇ ଡାକ୍ତରଖାନା ମାଲିକଙ୍କୁ େଯାଜନା ଚଳାଇ ରଖôବାକୁ ଜୋର ଦେଇ କହିପାରୁନାହó। ଏ ସମସ୍ତ କାରଣରୁ ଜିଲାର ୧୦ ଲକ୍ଷ ହିତାଧିକାରୀ ଏବେ ସ୍ବାସ୍ଥ୍ୟବୀମା ସେବାରୁ ବଂଚିତ ହେବାକୁ ଯାଉଛନ୍ତି।
Related Stories
November 24, 2024
November 24, 2024