
ପୁରୀ, ସାନିଟାଇଜେସନ୍ ପାଇଁ ପୁରୀ ଶ୍ରୀମନ୍ଦିରରେ ଆଜି ସାଧାରଣ ଦର୍ଶନ ବନ୍ଦ ରହିଛି । କେବଳ ଶ୍ରୀଜୀଉଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ସେବାୟତଙ୍କ ଦ୍ୱାରା କରାଯାଉଛି । ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଭିତର ଓ ବାହାର ସାନିଟାଇଜ୍ କରାଯାଉଛି । ସାଧାରଣ ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ରହିଛି । ଏନେଇ ପୋଲିସ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏ ସମ୍ପର୍କରେ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର ସ୍ପେଶାଲ ଅପରେଟିଙ୍ଗ ପ୍ରୋସିଜ୍ୟୁର (ଏସଓପି) ଜାରୀ କରିଛନ୍ତି । ତେବେ ଆସନ୍ତା କାଲି ସକାଳ ୬ଟାରୁ ପୁଣି ଭକ୍ତଙ୍କ ନିମନ୍ତେ ଦର୍ଶନ ଆରମ୍ଭ ହେବ ।