ଗଂଜାମ – ଜାତୀୟ ପେନସନ୍ ସ୍କିମ୍ର କମ୍ପ୍ୟୁଟରୀ କରଣ ତଥା ଅନଲାଇନ୍ ମାଧ୍ୟମରେ ଏହାକୁ ପ୍ରଦାନ କରିବା ପାଇଁ ଏକ କର୍ମଶାଳା ଜିଲ୍ଲା କୋଷାଗାରର ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କୋଷାଗାର ଅଧିକାରୀ ଭାଗ୍ୟଧର ମଲ୍ଲିକ ଏହାକୁ ଉଦ୍ଘାଟନ କରି ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ତଥା ସରଳୀକରଣ ପାଇଁ ଅନ୍ଲାଇନ୍ ମାଧ୍ୟମ ବହୁତ ଉପଯୋଗୀ ବୋଲି ପ୍ରକାଶ କରିଥିଲେ ।
ଯେଉଁ କର୍ମଚାରୀମାନେ ୨୦୦୫ ମସିହା ପରେ ସରକାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି ସେମାନେ ଏହି ଜାତୀୟ ପେନସନ୍ ସ୍କିମ୍ ଅନ୍ତର୍ଭୁକ୍ତ ହେବେ । ସେମାନଙ୍କର ପେନସନ୍ ରାଶି କିପରି ମାସିକ ଦରକାରୁ ବିଯୋଗ କରାଯାଇ ତାଙ୍କର ବ୍ୟକ୍ତିଗତ ଖାତାରେ ଜମା ରହିବ ଏବଂ ଏ ବାବଦରେ ସରକାରୀ ଅନୁଦାନ ଆନୁପାତିକ ହାରରେ କିପରି ପ୍ରଦାନ କରାଯିବ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା । ଏହି ପେନସନ୍ ରାଶି ୧୦ ବର୍ଷ ଜମା ରହିବା ପରେ ଏଥିରୁ କେଉଁ ପରିସ୍ଥିତିରେ ଅର୍ଥ ଉଠାଣ କରାଯାଇପାରିବ ସେ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଥିଲା । ଜିଲ୍ଲାସ୍ତରରେ ଥିବା ୨୦ ଗୋଟି ବିଭିନ୍ନ ବିଭାଗର କର୍ମଚାରୀମାନେ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । କୋଷାଗାରର କର୍ମଚାରୀ ଜିତେନ୍ଦ୍ର କୁମାରସେଠୀ, ଇଂ. ଅଶୋକ କୁମାର ସେନାପତି, ଟି. ସୌଜନ୍ୟା ରାଓ ଏହି ତାଲିମ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କର୍ମଚାରୀ ମାନଙ୍କର ଭିନ୍ନ ଧାରଣା ଦୂର କରିବା ପାଇଁ ସେମାନଙ୍କ ପ୍ରଶ୍ନର ଯଥାଯଥ ଉତର ପ୍ରଦାନ କରାଯାଇଥିଲା । ଜିଲ୍ଲାର ୧୦ ଗୋଟି ଉପ କୋଷାଗାରର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024