କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମ ପଂଚାୟତ ଅଧିନ କନ୍ତିଆ ଗ୍ରାମରେ କଚ୍ଚାଘର ଥିବା ଲୋକମାନଙ୍କର ଜିଓ ଟାଗିଂ ସର୍ଭେରେ ନାମ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କନ୍ତିଆ ରାଜସ୍ୱ ଗ୍ରାମର ୱାର୍ଡ ନଂ ୧୧ ଓ ୧୨ର କଚ୍ଚାଘର ଥିବା ଅଧିବାସୀଙ୍କୁ ଜିଓ ଟ୍ୟାଗିଂ କରାଯାଉଛି । ଏହି ଜିଓ ଟ୍ୟାଗିଂରେ ଜିଆର୍ଏସ୍ ଓ ଫଟୋଗ୍ରାଫରମାନେ ଉଦ୍ଦେଶ୍ୟମୂଳକ ଭାବେ କିଛି ଯୋଗ୍ୟ ହିତାଧିକାରୀଙ୍କୁ ନାମ ବାଦ୍ ଦେଇ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଟ୍ୟାଗିଂରେ ଅନ୍ତର୍ଭୁକ୍ତ କରିଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ଏହି ଗ୍ରାମବାସୀମାନେ ଏ ବିଷୟରେ କେନ୍ଦ୍ରାପଡା ବ୍ଲକ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଡିଓ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବୁଧବାର କନ୍ତିଆ ଗ୍ରାମର ନିହାର ରଂଜନ ଜେନା, ପ୍ରଭାତ କୁମାର ନାୟକ, ଶ୍ରୀକାନ୍ତ ଜେନା, ଶ୍ରୀନିବାସ ରାଉତରାୟ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଏହାର ତଦନ୍ତ କରି ନୀତି ନିୟମ ଉଲ୍ଲଘଂନ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
Related Stories
November 24, 2024
November 24, 2024