ମାଲକାନଗିରି, ମାଲକାନଗିରି ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରରେ ନୂଆ କରି ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଦୁଇ ଜଣଙ୍କ ମଧ୍ୟରୁ ଜଣେ କାଲିମେଳା ବ୍ଲକର ଓ ଅନ୍ୟ ଜଣେ ପଡ଼ିଆ ବ୍ଲକ୍ ଅନ୍ତର୍ଗତ କାଲଦାପାଲି ଅଂଚଳର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ଏମାନେ ଚିକିତ୍ସା ପାଇଁ ଯାଇଥିବା ବେଳେ ପରୀକ୍ଷାରୁ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱାରା ବିଭିନ୍ନ ସ୍ଥାନରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଚାର କରାଯାଉଛି । ମାଲକାନଗିରି ଜିଲ୍ଲାକୁ ସଂଯୋଗ କରୁଥିବା ଛତିଶଗଡ଼ ସୀମାକୁ ସିଲ୍ କରାଯିବା ସହ ଛତିଶଗଡ଼ରୁ ଫେରୁଥିବା ବ୍ୟକ୍ତି କୋଭିଡ଼୍ ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପକ୍ଷରେ ଦ୍ୱିତୀୟ ଲହରରେ ପୁଣି ଥରେ ସଂକ୍ରମିତ ଚିହ୍ନଟ ହେବା ପରେ ସାଧାରଣରେ କରୋନାକୁ ନେଇ ଭୟ ପୁଣି ଥରେ ଦେଖାଦେଇଛି ।