
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଆସିକା ଏନଏସି ଅନ୍ତର୍ଗତ ପାକଲାପଲ୍ଲୀ ନିକଟ ଏରଗୋଲା ବସ୍ତିରେ ପୋଲିସ ପକ୍ଷରୁ ଗତକାଲି ରାତିରେ ଚଢ଼ଉ କରାଯାଇ ଏ. କାଳେଶ୍ୱର, ଆଇ.ବି. ନିକଟ ଏରଗୋଲା ବସ୍ତିରୁ ଏ. ନାଗରାଜ, ଜି. କରେନ ଓ ତୁମ୍ବା ଠେଙ୍ଗାପଲ୍ଲୀ ନିକଟ ଏରଗୋଲା ବସ୍ତିରୁ ଏ. ରୋଜାଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୪୦ ଲିଟର ଦେଶି ମଦ ଜବତ କରିଛି । ପୃଥକ୍ ପୃଥକ୍ ଏହି ୪ଟି ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।