କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସିଂହଗାଁ ପଂଚାୟତର ପାଣି ସାଉଁଳିଆ ଗ୍ରାମର ଅଧିବାସୀମାନେ ବିଧାୟକ ଶ୍ରୀ ଶଶିଭୂଷଣ ବେହେରାଙ୍କୁ ଭେଟି ତାଙ୍କ ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା କଲ୍ୟାଣୀ ମଣ୍ଡପ ନିର୍ମାଣ କରିବାକୁ ଦାବି କରିଛନ୍ତି । ଏହି ଗ୍ରାମରେ ପ୍ରାୟ ୫ଶହରୁ ଉଦ୍ଧ୍ୱର୍ ଲୋକ ବାସ କରନ୍ତି । ଏଠାରେ କୈାଣସି ସରକାରୀ ସ୍କୁଲ୍, ଲାଇବ୍ରେରୀ, ବାତ୍ୟା ଆଶ୍ରୟସ୍ଥଳୀ ନଥିବାରୁ ବିବାହ ବ୍ରତ ସଂପାଦନା ନିମନ୍ତେ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ଗ୍ରାମରେ କଲ୍ୟାଣୀ ମଣ୍ଡପ କିମ୍ବା ବନ୍ୟା ବାତ୍ୟା ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ନଥିବାରୁ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁରୁବାର ଗ୍ରାମର ମଳୟ ମଲ୍ଲିକ, ପ୍ରଭାତୀ ମଲ୍ଲିକ, ମମତା ମଳିକ, ରୁଦ୍ରାଣୀ ମଲ୍ଲିକ, ଅଞ୍ଜଳି ମଲ୍ଲିକ ପ୍ରମୁଖ ବିଧାୟକ ଶ୍ରୀ ବେହେରାଙ୍କୁ ଭେଟି ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା କଲ୍ୟାଣୀ ମଣ୍ଡପ ଗ୍ରାମରେ ନିର୍ମାଣ କରିବାକୁ ଦାବି କରିଛନ୍ତି ।
Related Stories
November 24, 2024
November 24, 2024