-
2002-03 ଆର୍ଥିକ ବର୍ଷରେ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ପରିବହନ କରିଥିବା 202.56 ନିୟୁତ ଟନର ପୂର୍ବ ରେକର୍ଡକୁ ଅତିକ୍ରମ କରି ପୂର୍ବତଟ ରେଳପଥ ଭାରତୀୟ ରେଳବାଇରେ ସର୍ବୋଚ୍ଚ ପଣ୍ୟ ପରିବହନ ରେଳପଥ ଭାବେ ବିବେଚିତ |
-
2019-20 ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ଦୈନିକ ପ୍ରାୟ 8237 ୱାଗନ୍ ବ୍ୟବହାର କରିଥିଲାବେଳେ 2020-201 ଆର୍ଥିକ ବର୍ଷରେ ପ୍ରାୟ 8447 ୱାଗନ୍ ବ୍ୟବହାର କରି ପଣ୍ୟ ବୋଝେଇ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଆଣିପାରିଛି |
-
ପଣ୍ୟ ବୋଝେଇ ପାଇଁ ପୂର୍ବତଟ ରେଳପଥ ଦୈନିକ ପ୍ରାୟ 154.8 ରେକ୍ (ଟ୍ରେନ) ବ୍ୟବହାର କରିଛି |
-
31 ମାର୍ଚ୍ଚ, 2021 ଦିନ ସର୍ବାଧିକ 282 ରେକ୍ (ଟ୍ରେନ) ପଣ୍ୟ ବୋଝେଇ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛି |
-
ପଣ୍ୟ ବୋଝେଇ ପାଇଁ 31 ମାର୍ଚ୍ଚ,2021 ଦିନ ସର୍ବାଧିକ 16739 ୱାଗନ୍ ବ୍ୟବହୃତ ହୋଇଥିଲା ଯାହାକି ବିରଳ ଅଟେ |
-
ଭାରତୀୟ ରେଳବାଇ ଦ୍ୱାରା ପରିବହନ କରାଯାଇଥିବା ସମୁଦାୟ ପଣ୍ୟ ପରିବହନର 16.62% ପୂର୍ବତଟ ରେଳପଥ ଦ୍ୱାରା କରାଯାଇଅଛି |
ପୂର୍ବତଟ ରେଳପଥର ତିନୋଟି ରେଳମଣ୍ଡଳ ଦ୍ୱାରା ହାସଲ କରାଯାଇଥିବା ଚମତ୍କାର ପ୍ରଦର୍ଶନ ଯୋଗୁଁ ଏହି ଉଲ୍ଲେଖନୀୟ ସଫଳତା ହାସଲ ହୋଇ ପାରିଛି | ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ 127.02 ନିୟୁତ ଟନର ଲକ୍ଷ୍ୟ ଧାର୍ଯ୍ୟକୁ ଅତିକ୍ରମ କରି 131.37 ନିୟୁତ ଟନ ପଣ୍ୟ ପରିବହନ କରିଛି ଉଲ୍ଲେଖନୀୟ ଅବଦାନ ଦେଇଛି | ପଣ୍ୟ ପରିବହନ ଓ ବୋଝେଇରେ ଖୋର୍ଦ୍ଧା ରୋଡ୍ ଏବଂ ୱାଲଟିୟର ରେଳମଣ୍ଡଳ ଭାରତୀୟ ରେଳବାଇର ସମସ୍ତ ୬୪ ଟି ରେଳମଣ୍ଡଳ ମଧ୍ୟରେ ଯଥାକ୍ରମେ ୪ର୍ଥ ଓ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି | ଏହି ଆର୍ଥିକ ବର୍ଷରେ 12.37 ନିୟୁତ ଟନ ପଣ୍ୟ ପରିବହନ କରି ସମ୍ବଲପୁର ରେଳମଣ୍ଡଳ ଏହାର ପୂର୍ବ ଶ୍ରେଷ୍ଠ ପଣ୍ୟ ବୋଝେଇ 11.48 ନିୟୁତ ଟନ କୁ ଅତିକ୍ରମ କରି ପରିବହନରେ ଉନ୍ନତି କରିଛି |
ଏହି ପଣ୍ୟ ବୋଝେଇ ଆକଳନ ହାସଲ କରିବାକୁ ପୂର୍ବ ତଟ ରେଳପଥ ଏହି ସମୟ ମଧ୍ୟରେ ଦୈନିକ ପ୍ରାୟ 8447 ୱାଗନ୍ ତଥା ଦୈନିକ ପ୍ରାୟ 154.8 ରେକ୍ / ଟ୍ରେନ୍ ବ୍ୟବହାର କରିଛି | ଏହି ସମୟ ମଧ୍ୟରେ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (SECR) 186.51 ନିୟୁତ ଟନ୍ ଏବଂ ଦକ୍ଷିଣ ପୂର୍ବ ରେଳବାଇ (SER) 175.79 ନିୟୁତ ଟନ୍ ପଣ୍ୟ ପରିବହନ କରି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସର୍ବାଧିକ ପଣ୍ୟ ବୋଝେଇ ଜୋନାଲ ରେଳବାଇ ହୋଇପାରିଛି |
2020-21 ଆର୍ଥିକ ବର୍ଷରେ, ଭାରତୀୟ ରେଳବାଇ 1232.64 ମିଲିୟନ ଟନ୍ ପଣ୍ୟ ପରିବହନ କରି ପୂର୍ବ ଆର୍ଥିକ ବର୍ଷ ତୁଳନାରେ 23.32 ନିୟୁତ ଟନ୍ ଅଭିବୃଦ୍ଧି ପଞ୍ଜିକରଣ କରିଛି | 2019-20 ରେ ଭାରତୀୟ ରେଳବାଇ 1209.32 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା | ଏଠାରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବ ତଟ ରେଳବାଇ ଭାରତୀୟ ରେଳବାଇ ଦ୍ୱାରା ସମୁଦାୟ ପଣ୍ୟ ବୋଝେଇର 16.62% ଅଂଶ ଧାରଣ କରିଛି।
ପୂର୍ବ ତଟ ରେଳ ଅଧୀନରେ ଥିବା ଶିଳ୍ପ ତଥା ଖଣିଜ ୟୁନିଟ୍ ଗୁଡିକରେ ତାଲା ଓ କାର୍ଯ୍ୟ ବନ୍ଦ ଏବଂ କମ୍ କର୍ମଜୀବୀ ସତ୍ୱେ ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରାଯାଇଛି | ଏହି ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିବାକୁ, ପୂର୍ବତଟ ରେଳପଥ ସର୍ବୋତ୍ତମ ଉପାୟରେ ଏହାର ମାନବ ଶକ୍ତି ଏବଂ ସହଭାଗୀ ଓ ସରକାରୀ ସେକ୍ଟର ଏବଂ ଇଣ୍ଡଷ୍ଟ୍ରିଜ୍ ସହିତ ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ରକ୍ଷାକରି ଏହି କୃତିତ୍ୱ ହାସଲ କରିଛି |
ପୂର୍ବତଟ ରେଳପଥ ଏହାର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣଙ୍କ ନେତୃତ୍ୱରେ ସମସ୍ତ ଅସମ୍ଭବାକୁ ସମ୍ଭବ କରିବାପାଇଁ ସମସ୍ତ ପ୍ରକାର ଚିନ୍ତାବ୍ୟକ୍ତ କରିଛନ୍ତି | ମହାପ୍ରବନ୍ଧକ ପ୍ରଥମ ଦିନରୁ ଏହାର କର୍ମଚାରୀଙ୍କୁ ଉତ୍ସାହିତ କରିବା ସହିତ ଏବଂ ପ୍ରୋତ୍ସାହନ ଦେଇଆସୁଛନ୍ତି | ସକାରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହିତ ସଠିକ୍ ଚିନ୍ତାବ୍ୟକ୍ତ ପୂର୍ବତଟ ରେଳପଥକୁ କଠିନ ମାଇଲ୍ଖୁଣ୍ଟ ଅତିକ୍ରମ କରିବାପାଇଁ ସହାୟକ ହୋଇପାରିଛି | ପରିଚାଳନା ବିଭାଗ ଏବଂ ସମସ୍ତ ଅଂଶଗ୍ରହଣକାରୀ ବିଭାଗ ମାନଙ୍କର ଅତୁଳନୀୟ ଏବଂ ସେମାନଙ୍କର ସମ୍ଭାବ୍ୟ ପରିମାଣରେ ସଠିକ ଯୋଗଦାନ ଏହି ସଫଳତାକୁ ଆଣିପାରିଛି | ପୂର୍ବ ତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ ନୂତନ କାର୍ଯ୍ୟଭାରକୁ ଆକର୍ଷିତ କରିବାରେ ଏବଂ ସଡକରୁ ରେଳ ପର୍ଯ୍ୟନ୍ତ ମୋଡାଲ୍ ଗମନାଗମନରେ ଏକ ପ୍ରମୁଖ ସ୍ଥାନ ପାଲଟିଛି |