
ଭୁବନେଶ୍ବର, ପୋଲିସ ମହାନିର୍ଦେଶକ ଅଭୟ ୮୬ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପୋଲିସ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେ ଟ୍ବିଟ କରି କହିଛନ୍ତି ଯେ – ୮୬ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଓଡିଶାର ସମସ୍ତ ପୋଲିସ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମକୁ ମୁଁ ସାଧୁବାଦ ଜଣାଉଛି । ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ ଆସନ୍ତୁ ଆଜି ସମସ୍ତେ ମିଳିମିଶି ସଂକଳ୍ପନେବା ।