ନୂଆଦିଲ୍ଲୀ, ଉପ ରାଷ୍ଟ୍ରପତି ଏମ. ଭେଙ୍କେୟା ନାୟଡୁ ଓଡିଶାର ପ୍ରତିଷ୍ଠା ଦିବସରେ ଶୁଭକାମନା ଜଣାଇଛନ୍ତି ।ସେ ଟ୍ବିଟ କରି କହିଛନ୍ତି ଯେ ଓଡିଶାର ସ୍ଥାପନା ଦିବସ ଅବସରରେ ପ୍ରଦେଶବାସୀଙ୍କୁ ସୁସ୍ଥ. ଶିକ୍ଷିତ, ତଥା ସୁଖମୟ ଉଜ୍ବଳ ଭବିଷ୍ୟତର କାମନା କରୁଛି । ଓଡିଶା ସମୃଦ୍ଧ ଓ ଆଧ୍ୟାତ୍ମିକ ଏବଂ ଭକ୍ତି ପରମ୍ପରାର ପ୍ରଦେଶ । ଏଠାକାର ବାସ୍ତୁ, ବୈଭବ, ଶିଳ୍ପକଳା, ପ୍ରକୃତିର ଅତୁଲ୍ୟ ଐଶ୍ବର୍ଯ୍ୟ ଓଡିଶାକୁ ସହଜ ଭାବେ ଆକର୍ଷଣର କେନ୍ଦ୍ର ବିନ୍ଦୁ କରି ଥାଏ ।