
ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଜଣେ ଟଙ୍କତୋରାଣୀ ବ୍ଯବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଫାର୍ସାରେ ଗୋଡାଇ ଗୋଡାଇ ହାଣିଲେ ପାଞ୍ଚଜଣ ଦୁର୍ବୁତ୍ତ। ମୁଣ୍ଡ ଓ ହାତରେ ଲାଗିଛି ଗଭିର ଆଘାତ। ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ଦାଦାବଟି କୁ ନେଇ ହୋଇଛି ମରଣାନ୍ତକ ଆକ୍ରମଣ। ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି ।ଆହାତ ରଘୁନାଥ ମହାନ୍ତି ପୁରୀ ଡାକ୍ତରଖାନାରେ ଅପରେସନ ଥିଏଟରରେ ଚିକିତ୍ସା ପରେ ତାଙ୍କୁ ଅର୍ଥୋପେଡିକ୍ ୱାର୍ଡରେ ଆଡମିଶନ କରାଯାଇଛି। ତାଙ୍କୁ ୫ରୁ ୬ଜଣ ଲୋକ ଗୋଡେଇ ଗୋଡେଇ ହାଣିଥିଲେ ଏପରିକି ଉତ୍ତରଦ୍ବାର ସମ୍ମୁଖରେ ଥିବା ପୋଲିସ ଙ୍କ ନିକଟକୁ ସେ ଚାଲିଯାଇଥିବାବେଳେ ତାକୁ ଫାର୍ଶାରେ ଗୋଡେଇ ଗୋଡେଇ ପୋଲିସଙ୍କ ଉପସ୍ଥିତରେ ହାଣିଥିବା ବୟାନ ଦେଇଛନ୍ତି ରଘୁନାଥ । ପ୍ରତିଦିନ ସେମାନେ ଦାଦାବଟି ମାଗୁଥିଲେ। ଦାଦାବଟି ନଦେଫାରୁ ଆଜି ଫାର୍ଶାରେ ଆକ୍ରମଣ କରିଥିଲେ।