ଚୈତ୍ର କୃଷ୍ଣ ତୃତୀୟା ତିଥି , ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ବନକ ଲାଗି ବା ଶ୍ରୀମୁଖସିଂହାର ନୀତି ଅନୁଷ୍ଠିତ ହୋଇଅଛି । ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଆଜି ପ୍ରତଃ ଘ.୫.୪୦ରେ ହୋଇ, ଭିତର ଶୋଧ ଘ.୬.୧୫ ରେ ହୋଇଥିଲା | ତତ୍ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଘ.୬.୨୫ ରେ ବଢି ପରବର୍ତ୍ତି ଦୈନଦିନ ନୀତି ପରେ ଦ୍ୱିତୀୟ ଭୋଗମଣ୍ଡପ ଅପରାହ୍ନ ଘ. ୪.୨୦ ରେ ଶେଷ ହୋଇ ମହାପ୍ରଭୁଙ୍କ ମଇଲମ ଘ.୪.୩୫ ରେ ବଢି ଦିବା ପହୁଡ଼ ଆଳତି ଘ.୪.୫୫ ରେ ହୋଇଥିଲା | ଏହାପରେ ଘ.୫.୦୦ ରେ ବନକ ଲାଗି ପାଇଁ ତିନି ଜଣ ପାଳିଆ ଦତ୍ତ ମହାପାତ୍ର ସେବକ ବନକ ପେଡି ଧରି ଭିତରକୁ ପ୍ରବେଶ କରିଥିଲେ | ବିଧିମତେ ବନକଲାଗି ଶେଷ କରି ସନ୍ଧ୍ୟା ଘ.୭.୨୦ ରେ ଦୁତ୍ତ ବାହାରି ଥିଲେ |ଶ୍ରୀବିଗ୍ରହମାନଙ୍କ ବନକଲାଗି ସାରିବାକୁ ପାଳିଆ ଦତ୍ତ ମହାପାତ୍ର ଙ୍କୁ ପ୍ରାୟ ଅଢେ଼ଇ ଘଣ୍ଟା ସମୟ ଲାଗିଥିଲା | ବନକଲାଗି ବଢିଲା ପରେ ପାଳିଆ ମେକାପ ସିଂହାସନ ଧୋଇଥିଲେ ଏହାପରେ ତିନିଜଣ ପାଳିଆ ପୂଜାପଣ୍ଡା ସାମନ୍ତେ ସିଂହାସନ ତଳେ ବସି ପଞ୍ଚପଚାରରେ ମହାସ୍ନାନ ପୂଜା ସମ୍ପର୍ଣ୍ଣ ହୋଇ ରାତ୍ର 8.40 PM ରୁ ଶ୍ରୀଜୀଉମାନଙ୍କ ସର୍ବସାଧରଣ ଦର୍ଶନ ଆରମ୍ଭ ହୋଇଅଛି । ମହାପ୍ରଭୁଙ୍କ ଗଭା ମଇଲମ ହୋଇ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ମଇଲମ ହୋଇ ମହାପ୍ରଭୁଙ୍କ ଚନ୍ଦନଲାଗି , ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଟିତ ହେବ |
Related Stories
November 24, 2024
November 24, 2024