ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁଥିବା ଆଗାମୀ ଉପନିର୍ବାଚନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ଟର କନୱର ବିଶାଲ ସିଂହ, ଆଇ.ପି.ଏସ ଙ୍କ ନିର୍ଦ୍ଦେଶରେ ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଓ ବଳଙ୍ଗା ଥାନା ପକ୍ଷରୁ ଅପରାଧୀ ଦମନ ଅଭିଯାନକୁ ଜୋରଦାର କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତ ତା ୨୬.୩.୨୦୨୧ ରିଖ ମଧ୍ୟ ରାତ୍ରରେ ପିପିଲି ତରାକାଜ ଓଭରବ୍ରିଜ୍ ନିକଟରେ ୬ ଜଣ ଅସାମାଜିକ ବ୍ୟକ୍ତି ଏକାଠି ହୋଇ ଜାତୀୟ ରାଜପଥରେଡକାୟତି କରିବାକୁ ଯୋଜନା କରୁଥିବାବେଳେ ପିପିଲି ପୁଲିସ୍ ସେଠାରେ ଚଢାଉ କରି ୪ ଜଣଙ୍କୁ ଯଥା ରାକେଶ ସ୍ବାଇଁ,ପବିତ୍ର କୁମାର ବେହେରା, ଜଗନ୍ନାଥ ସାହୁ ଓ ବଳରାମ ସାହୁଙ୍କୁ ଧରିବାରେ ସଫଳ ହୋଇଛି ।
ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା,ଲୁହାରଡ଼୍ ଓ ମଦ ବୋତଲ ଜବତ କରାଯାଇଛି । ଅପରାଧୀମାନେ ଗିରଫଦାରୀରୁ ବଂଚିବା ପାଇଁ ପୁଲିସ୍ ଉପରକୁ ବୋମାମାଡ କରିଥିଲେ ସୁଦ୍ଧା ସ୍ଥାନୀୟ ପୁଲିସ୍ ସେମାନଙ୍କ ଭିତରୁ ୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେହି ପରି ଭାବରେ ତା୨୬|୨୭-ମାର୍ଚ୍ଚ ୨୦୨୧ ରିଖ ରାତିରେ ୫ ଜଣ ଅପରାଧୀ ସତ୍ୟବାଦୀ ଥାନା ଅନ୍ତର୍ଗତ ମଠ ପଡ଼ିଆଠାରେ ଏକତ୍ରିତ ହୋଇ ଜାତୀୟ ରାଜପଥ ଉପରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ସ୍ଥାନୀୟ ପୁଲିସ୍ ପକ୍ଷରୁ ଚଢାଉକରାଯାଇ ଅପରାଧୀ ପ୍ରମୋଦ ସାହୁ, ଚିନ୍ତାମଣି ସ୍ବାଇଁ ଓରଫ ଗଣେଶ, ସଞ୍ଜୟ ବେହେରା ଓ କାହ୍ନୁ ନାୟକଙ୍କୁ ଗିରଫକରାଯାଇଅଛି । ସେମାନଙ୍କଠାରୁ ଡକାୟତିରେ ବ୍ୟବହାର ହେବାକୁ ଥିବା ଖଣ୍ଡା, ଲୁହାରଡ୍ ଇତ୍ୟାଦି ଜବତ କରାଯାଇଅଛି ।ସଂପୃକ୍ତ ଥିବା ସମସ୍ତ ଅପରାଧୀ ଏହା ପୂର୍ବରୁ ଏକାଧିକ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି । ଅନ୍ୟ ଏକଘଟଣାରେ ଗତ ତା. ୨୮.୩.୨୦୨୧ ରିଖ ରାତିରେ ଡେଲାଙ୍ଗ ପୁଲିସ୍ ପକ୍ଷରୁ ଚିତଲପୁର ଗ୍ରାମ ନିକଟରେ ଚଢାଉକରାଯାଇ ରାମଚନ୍ଦ୍ର ବେହେରା, ଅଭୟ କୁମାର ସ୍ୱାଇଁ, ସୁଶାନ୍ତ ମଳିକ ଓ ଦୀପକ ମଳିକକୁ ଗିରଫ କରାଯାଇଛି ।ଅପରାଧୀମାନେ ହରିପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି କରିବାରେ ଯୋଜନା କରିଥିବା ବିଷୟ ସ୍ବୀକାର କରିଛନ୍ତି ।ସେମାନଙ୍କଠାରୁ ଖଣ୍ଡା, ହାତୁଡି, ୮ଟି ଜୀବନ୍ତ ବୋମା ଓ ୪ ଟି ମୋଟର ସାଇକେଲ୍ ଜବତ କରାଯାଇଅଛି ।
ଉପରୋକ୍ତସମସ୍ତ ଘଟଣାରେ ଅପରାଧୀମାନଙ୍କୁ ଗିରଫ କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଇଛି । ସ୍ଥାନୀୟ ପୁଲିସ୍ ତରଫରୁଅସମାଜିକ ବ୍ୟକ୍ତି, ପେଷାଦାର ଅପରାଧୀ ଓ ଚୋରା ମଦ ବିକ୍ରେତାଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି । ଇତି ମଧ୍ୟରେପୁଲିସ୍ ତରଫରୁ ୧୨୧ ଟି ସଂଖ୍ୟାରେ ୫୦୪ ଜଣଙ୍କ ବିରୁଦ୍ଧରେ ୧୦୭ ଦଫାରେ ମୋକଦ୍ଦମା ରୁଜୁ କରାଯାଇଛି । ମୋଟ୨୫ ଜଣ ପେଷାଦାର ଅପରାଧୀଙ୍କ ବିରୁଦ୍ଧରେ ୧୧୦ ଦଫାରେ ମୋକଦ୍ଦମା ରୁଜୁ କରାଯାଇ ଅଦାଲତକୁ ପଠାଯାଇଛି ।ସେହିପରି ଭାବରେ ମୋଟ ୭୩ ଜାମିନ ବିହୀନ ୱାରେଟ ସାମିଲ କରାଯାଇଥିବା ବେଳେ ଅବକାରୀ ଆଇନ୍ ଅନୁଯାୟୀ୩୫ ଟି ମୋକଦ୍ଦମା ରୁଜୁ କରାଯାଇଅଛି । ପିପିଲି ନିର୍ବାଚନ ମଣ୍ଡଳୀର ପ୍ରବେଶ ପଥ ଗୁଡିକରେ ଯାନବାହାନ ତଲାସିକଡାକଡି କରାଯାଇଛି । ପିପିଲି ଏସ.ଡି.ପି.ଓ ଦେବଦତ ବରାଳଙ୍କ ନେତୃତ୍ବରେ ପିପିଲି ଥାନା ଆଇ.ଆଇ.ସି ଗୌରାଙ୍ଗଚରଣ ପୃଷ୍ଟି, ଡେଲାଙ୍ଗ ଥାନା ଆଇ.ଆଇ.ସି ରଶ୍ମିରଞ୍ଜନ ପଟ୍ଟନାୟକ, ସତ୍ୟବାଦୀ ଥାନା ଆଇ.ଆଇ.ସି ଦେବୀ ପ୍ରସାଦ ପାତ୍ର ଓ ବଳଙ୍ଗା ଥାନା ଓ.ଆଇ.ସି ସମରେନ୍ଦ୍ର ପାଇକରାୟ ଏହି ଧରପଗତ ଅଭିଯାନରେ ସାମିଲ ଅଛନ୍ତି । ଉପନିର୍ବାଚନକୁଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ଟର କନର ବିଶାଲ ସିଂହ ସୂଚନା ଦେଇଛନ୍ତି ।