ସେଦିନ ସକାଳ ୧୦ ଟାରେ ମଞ୍ଚ ପକ୍ଷରୁ ସ୍ଥାନୀୟ କଚେରୀ ରୋଡ଼ ରେ ଏକ ମାନବଶୃଙ୍ଖଳା ର କାର୍ଯ୍ୟକ୍ରମ ରଖାଯାଇଛି । ଏହି ମାନବଶୃଙ୍ଖଳା ରେ ସମଗ୍ର ପଶ୍ଚିମାଞ୍ଚଳ ର ଏକତା ର ବାର୍ତ୍ତା କୁ ପ୍ରଦର୍ଶିତ କରାଯିବା ସଙ୍ଗେ ସଙ୍ଗେ ପଶ୍ଚିମାଞ୍ଚଳ ର ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ଉପସ୍ଥାପନ କରାଯିବ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ବିଭିନ୍ନ ଜିଲ୍ଲା ରେ ରହିଥିବା ଶାଖା ଗୁଡିକର ସଦସ୍ୟ ସଦସ୍ୟା ମାନେ ବହୁ ସଂଖ୍ୟା ରେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମାଞ୍ଚଳ ର ଏକତା ର ବାର୍ତ୍ତା ବାହକ ଏହି ମାନବଶୃଙ୍ଖଳା ରେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ବଲପୁର ର ବିଭିନ୍ନ ସାମାଜିକ, ସାଂସ୍କୃତିକ, ସ୍ୱଚ୍ଛସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କୁ ଆହ୍ୱାନ ଦେଇଛି ।
ଆଜିର ଏହି ଜୁମ ବୈଠକରେ ପଙ୍କଜିନି ମେହେର, କାନ୍ତି ମେହେର, ସଂଯୁକ୍ତା ପ୍ରଧାନ, ସୁଷମା ସାହୁ, ଜନନୀ ମିଶ୍ର, ମାନସୀ ପଣ୍ଡା, ସୁଜାତା ମିଶ୍ର, ଦେବାଶିଷ ବେହେରା, ସନ୍ତୋଷ ବଢ଼େଇ, ରାଜେଶ ସ୍ୱାଇଁ, ଅଜୟ କୁମାର ନାଗ, ଦେବାଶିଷ ପୁରୋହିତ, ଦେବୀ ପ୍ରସାଦ ଭୋଇ, ଡ. ସ୍ୱୟଂ ପ୍ରକାଶ ପଣ୍ଡା, ପ୍ରଦୀପ କୁମାର ଦାଶ, ପଦ୍ମିନୀ ସବୁଠାରୁ, ସ୍ନେହଲତା ଦେବୀ, ପ୍ରଭାକର କୁଅଁର, ଭବାନୀ ଜ୍ୟୋତିଷ ରାଏଜ, ବିବେକାନନ୍ଦ ମିଶ୍ର ପ୍ରମୁଖ ସାମିଲ ରହିଥିଲେ ।