ଭୁବନେଶ୍ୱର– ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳି ଆର୍ଥିକ ବର୍ଷରେ ରାଜ୍ୟର ଆଉ ୧୦ଟି ଜିଲ୍ଲାରେ ସରକାର ଭ୍ରାମ୍ୟମାଣ ଚକ୍ଷୁ ଚିକିସôା କେନ୍ଦ୍ର ପ୍ରଚଳନ ହେବ । ଗତବର୍ଷ ୧୦ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଥିଲା । ଏଥି ସହିତ ୨୦୧୯-୨୦ ବର୍ଷରେ ଆଉ ୫୦ଟି ଗୋÂି ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ମଧ୍ୟ ସ୍ଥାୟୀ ଚକ୍ଷୁ ଚିକିସôା ସୁବିଧା ଉପଲବ୍ଧ ହେବ । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ ‘ସୁନେତ୍ର’ ଯୋଜନାର କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି ।
ବିଦ୍ୟାଳୟ ପିଲାମାନଙ୍କର ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମରେ ଚଳିତବର୍ଷ ୮,୧୪,୪୮୩ ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୨୫,୩୬୦ଜଣ ପିଲାଙ୍କର ଦୃଷ୍ଟିଶକ୍ତିର ସମସ୍ୟା ଥିବା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୮୯୨୯ ଜଣଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନିକଟସ୍ଥ ଚକ୍ଷୁ ଚିକିସôା ଥିବା କେନ୍ଦ୍ର ଗୁଡିକ ସହିତ ଯୋଗାଯୋଗ ଲାଗି ସଚିବ ପରାମର୍ଶ ଦେଇଛନ୍ତି । ଫଳରେ ସେମାନେ ଆଉ ଦୂର ଦୂରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବେନାହିଁ । ବର୍ତମାନ ରାଜ୍ୟର ବିଭିନ୍ନ ୧୮୩ ସିଏଚସିରେ ଗ୍ରାମାଂଚଳ ଲୋକଙ୍କୁ ଚକ୍ଷୁ ଚିକିସôା ସୁବିଧା ଯୋଗାଇ ଦିଆଯାଉଥିବାବେଳେ ଦୂର ଦୂରାନ୍ତ ଅଂଚଳର ଲୋକମାନଙ୍କ ପାଖରେ ଉନ୍ନତମାନର ଅନୁରୂପ ସୁବିଧା ଯୋଗାଇ ଦେବାପାଇଁ ଏମକେସିଜି ମେଡିକାଲ କଲେଜରେ ଏକ ଟେଲି ଅପଥାମଲୋଜି ନେଟୱାର୍କ କାର୍ଯ୍ୟ କରୁଛି । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏକ ରେଟିନା କେନ୍ଦ୍ର ମଧ୍ୟ କାର୍ଯ୍ୟକାରୀ ହୋଇଛି । ରାଜ୍ୟରେ ୬ଟି ଚକ୍ଷୁବ୍ୟାଙ୍କ୍ ଥିବାବେଳେ ସରକାରୀ ଭାବେ ତିନିଟି ଚାଲୁଛି ।
ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ୭୧୨ ଜଣ ଚକ୍ଷୁଦାନ କରିଥିବାବେଳେ ୫୧୪ ଜଣଙ୍କ ଠାରେ ଚକ୍ଷୁ ପ୍ରତିରୋପଣ ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୪୯,୩୨୮ ଜଣଙ୍କର ମୋତିଆବିନ୍ଦୁ ଅସ୍ତେ୍ରାପଚାର କରାଯାଇଛି । ସେଥି ମଧ୍ୟରୁ ମେଡିକାଲ କଲେଜରେ ୨୭୯୭, ଜିଲ୍ଲା ଏବଂ ଉପଖଣ୍ଡ ଚିକିସôାଳୟ ଗୁଡିକରେ ୫୮୯୯, ଘରୋଇ ଡାକ୍ତରଖାନା ଗୁଡିକରେ ୬୯୩୫ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ବିଭିନ୍ନ କ୍ୟାମ୍ପ ମାନଙ୍କରେ ୩୩,୯୬୫ ଜଣଙ୍କର ମୋତିଆବିନ୍ଦୁ ଅପରେସନ ହୋଇଛି । ଏହି ହାର ବୃଦ୍ଧି ଲାଗି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିଦେ୍ର୍ଧଶ ଦେଇଛନ୍ତି । ସେହିଭଳି ୪୫ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଅନ୍ଧାରକଣା ଜନିତ ଚକ୍ଷୁ ସମସ୍ୟା ବିଶେଷକରି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଠାରେ ପରିଲକ୍ଷିତ ହେଉଥିବା ଏଭଳି ଚକ୍ଷୁସମସ୍ୟାର ସମାଧାନ ପାଇଁ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିସôାଳୟ, ମେଡିକାଲ କଲେଜ ଓ ଅନ୍ୟ ଯେକୌଣସି ସ୍ୱାସ୍ଥ୍ୟାନୁÂାନରେ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଯିବାର ବ୍ୟବସ୍ଥା ହେବ । ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅଗ୍ରାଧିକାର ଦିଆଯିବା ସହିତ ସେମାନଙ୍କର ଆବଶ୍ୟକ ପଡୁଥିବା ଚଷମା ଆଦି ମଧ୍ୟ ସରକାର ଯୋଗାଇଦେବେ । ସମୀକ୍ଷା ଅବସରରେ ସୁନେତ୍ର ଯୋଜନାକୁ ତ୍ୱରାନିତ କରି ରାଜ୍ୟରେ ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାପାଇଁ ଡାକ୍ତର ମେହେର୍ଦ୍ଧା ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ କ୍ଷମତାପନ୍ନ କମିଟିର ଅଧ୍ୟକ୍ଷ ଡାକ୍ତର ଟି ପି ଦାଶ, ସୁନେତ୍ରର ସିଇଓ ୟାମିନି ଷଡଙ୍ଗୀ, ଅତିରିକ୍ତ ସଚିବ ସୁଶାନ୍ତ ମହାପାତ୍ର, ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ଅଜିତ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।