ଭୁବନେଶ୍ୱର, ବିଜୁଳି ଦଳ ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ଆଜି ବିଧାନସଭାରେ ପ୍ରେ ଶ୍ନାତର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ଗୃହରେ ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।ବୁଧବାର ଦିନ ନିର୍ଧାରିତ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ମାନେ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ଗୃହର ମଧ୍ୟ ଭାଗକୁ ଯାଇ ପାଟିତୁଣ୍ଡ କରିବା ଦେଖା ଦେଇଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ମାନେ ବର୍ଧିତ ବିଜୁଳି ଦରକୁ ହ୍ରାସ କରିବା ଦାବିରେ ନାରାବାଜୀ କରିଥିଲେ । ଅନ୍ୟ ପକ୍ଷରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ମଧ୍ୟ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘରର ଲୋଗୋ ଲାଗି ପାରିବ ନାହିଁ ବୋଲି ଦେଇଥିବା ପ୍ରସଙ୍ଗ ଉଠାଇଥିଲେ । ତେବେ କଂଗ୍ରେସ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ତାଙ୍କର କଥା ଠିକ ଭାବେ ଶୁଣା ଯାଇ ନ ଥିଲା । ବାଚସ୍ପତି କଂଗ୍ରେସ ବିଧାୟକ ମାନଙ୍କୁ ସେମାନଙ୍କ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ହେଁ ଏହି ଅନୁରୋଧର କଂଗ୍ରେସ ବିଧାୟକ ମାନଙ୍କ ଉପରେ କୌଣସି ପ୍ରଭାବ ପଡି ନ ଥିଲା । ଏହା ଫଳରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।