ଗଞ୍ଜାମ,କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ମେଡ଼ିକାଲ ଅଫିସର ଡ଼ାକ୍ତର ନିଶାନ୍ତ ମାଲୁ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ବିଲ୍ ପାସ୍ କରାଇଦେବା ପାଇଁ ୭ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ ମାନେ ଏ ସମ୍ପର୍କରେ ପୂର୍ବରୁ ସୂଚନା ପାଇଥିଲେ । ଆଜି ସମ୍ପୃକ୍ତ ଡ଼ାକ୍ତର ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଲାଂଚ ବାବଦ ଏହି ୭ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରିବା ସହ ତାଙ୍କୁ କାବୁ କରିଥିଲେ । ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଡ଼ାକ୍ତରଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି ।