
ଯାଜପୁର – ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅଷ୍ଟମ ଶ୍ରେଣୀଠାରୁ ୧୦ମ ଶ୍ରେଣୀ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ମାନ ଆୟୋଜନ କରାଯିବ । ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଅନୁଯାୟୀ ଏହି ଦୁଇଟି ବର୍ଷର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ, ଇଂରଜୀ ଓ ହିନ୍ଦିରେ କାର୍ଟୁନ ତଥା ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରତିଯେଗୀମାନେ ଫୁଲ କିମ୍ବା ହାଫ୍ ସ୍କେପ୍ ସାଇଜର ଡ୍ରଇଁ କାଗଜରେନିଜ ଇଚ୍ଛା ମୁତାବକ ରଂଗରେ କାର୍ଟୁନ ତଥା ସ୍ଲୋଗାନ ପ୍ରସ୍ତୁତି କରିପାରିବେ । ଡ୍ରଇଂ ସିଟ୍ର ପଛ ପାଶ୍ୱର୍ରେ ସେମାନଙ୍କ ନାମ ଶିଷ୍ଠାନୁଷ୍ଠାନର ନାମ, ଠିକଣା, ବିଦ୍ୟାଳୟସ୍ତରୀୟ ହୋଇଥିଲେ ଜୁନିୟର ଓ ମହାବିଦ୍ୟାଳୟ ସ୍ତରୀୟ ସିନିୟର ବୋଲି ଉଲ୍ଲେଖ କରିବେ । ସେହି ପରି ନିଜ ଯୋଗାଯୋଗ ନମ୍ବର ଉଲ୍ଲେଖ କରିବେ ଏବଂ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସ୍ୱାକ୍ଷର ଓ ସିଲ୍ ସ୍ଥାନିତ ହେବା ଜରୁରୀ । ଯାହାଦ୍ୱାରା ପ୍ରତିଯୋଗୀଙ୍କ ପରିଚୟ ଦୃଢ଼ ହୋଇପାରିବ । ଚଳିତ ମାସ ୨୬ ତାରିଖ ସୁଦ୍ଧା ଏହା ଡେପୁଟି ସୁପରିଟେଣ୍ଡେଂଟ ଅଫ୍ ପୋଲିସ ଭିଜିଲାନ୍ସ ସେଲ, ୟୁନିଟ-ଏ-୧, ବିଜେବି ନଗର, ଭୁବନେଶ୍ୱରଙ୍କ ନିକଟରେ ପହଂଚିବା ଆବଶ୍ୟକ ଥବବାରୁ ଜିଲ୍ଲାର ପ୍ରତିଯୋଗୀମାନେ ୨୫ ଅକ୍ଟୋବର ସୁଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଯାଜପୁରଙ୍କ କାର୍ଯ୍ୟାଳୟରେ କିମ୍ବା ଭିଜିଲାନ୍ସ ଡି.ଏସ.ପି ଯାଜପୁରଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ । ସେହିପରି ସିନିୟର ଓ ଜୁନିୟର ବିଭାଗ ପାଇଁ ଓଡ଼ିଆ ଓ ଇଂରାଜୀ ବକ୍ରୃତା ଯାଜପୁର ଜିଲ୍ଲା ସ୍କୁଲଠାରେ ଅକ୍ଟୋବର ୨୬ ତାରିଖ ଦିବା ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଉଭୟ ବର୍ଗ ପାଇଁ ଚଳିତ ବର୍ଷର ବିଷୟବସ୍ତୁ ସଚ୍ଚୋଟତା ଏକ ଜୀବନଶୈଳୀ, ଇଂଟିଗ୍ରେଟ ଏ ୱେ ଅଫ ଲାଇଫ ରଖାଯାଇଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଚଳିତ ମାସ ୨୫ ତାରିଖ ସୁଦ୍ଧା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟକୁ ଜଣେ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ନାମ ପ୍ରେରଣ କରିବା ପାଇଁ ଲୋକ ସମ୍ପର୍କ ଅଧିକାରୀ ଅନୁରୋଧ କରିଛନ୍ତି । କୌଣସି ପରିସ୍ଥିତିରେ ପ୍ରତିଯୋଗିତା ସ୍ଥଳରେ ନାମ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅକ୍ଟୋବର ୨୯ ତାରିଖ ଅପରାହ୍ନ ୪ ଘଟିକାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହେବ ।