-
କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗର ସଚିବଙ୍କ ରାଜ୍ୟ ମୁଖ୍ୟ ସଚିବଙ୍କୁ ପତ୍ର

ଭୁୁବନେଶ୍ୱର, ପ୍ରଧାନନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ଲଗା ଯାଇ ପାରିବ ନାହିଁ । ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ନାଗେନ୍ଦ୍ର ନାଥ ସିହ୍ନା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ଏବାବଦରେ ଜଣାଇଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ । ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନାର ଲୋଗୋ ଲାଗିପାରିବ ନାହିଁ । ମାର୍ଚ୍ଚ ୩୦ରେ ଲେଖା ଯାଇଥିବା ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଏହି ଯୋଜନାରେ ରାଜ୍ୟ ସରକାର ନିଜସ୍ୱ କୌଣସି ଲୋଗୋ ବ୍ୟବହାର କରିପାରିବେ ନାହିଁ । ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ବ୍ୟବହାର ନେଇ ପ୍ରଥମେ ବିଜେପି ଅଭିଯୋଗ କରିଥିଲା ।