-
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୦୯୧୭
ଆଜି ଚିହ୍ନଟ ହୋଇଥିବା ୨୯୭ ଜଣଙ୍କ ମଧ୍ୟରୁ ୧୭୪ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୨୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୪ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ସବୁଠାରୁ ଅଧିକ ୫୭ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬ ଜଣ, ବରଗଡ଼ରୁ ୧୮ ଜଣ, ଭଦ୍ରକରୁ ୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରା ଯାଇଛି । ସେହିପରି ବଲାଙ୍ଗୀରରୁ ୫ ଜଣ, କଟକରୁ ୧୭ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୭ ଜଣ, ଜଗତ୍ସିଂହପୁରରୁ ୨ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି କେନ୍ଦ୍ରାପଡାରୁ ୨ ଜଣ, କେନ୍ଦୁଝରରୁ ୧୨ ଜଣ, ଖୋର୍ଦ୍ଧାରୁ ୩୩ ଜଣ, କୋରାପୁଟରୁ ୫ ଜଣ, ମୟୂରଭଞ୍ଜରୁ ୭ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୩୧ ଜଣ, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି୍ । ପୁରୀ ଜିଲ୍ଲାରୁ ୬ ଜଣ, ସମ୍ବଲପୁରରୁ ୧୭ ଜଣ , ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୩୮ ଜଣ ଓ ଷ୍ଟେଟ୍ ପୁଲ୍ରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।