ନୂଆଦିଲ୍ଲୀ, ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ସମସ୍ତ ଦେଶବାସୀଙ୍କୁ ହୋଲିର ହାର୍ଦିକ ଶୁଭକାମନା । ଏହି ଉଲ୍ଲାସମୟ ପର୍ବ ଆପଣଙ୍କ ଓ ଆପଣଙ୍କର ପ୍ରିୟଜନଙ୍କର ଜୀବନରେ ସୌହାର୍ଦ, ସହୃଦୟତା, ଶାନ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ସମୃଦ୍ଧି ଆଣୁ । କରୋନା ସଂକ୍ରମଣ ବଢୁଥିବାକୁ ଦେଖି ସରକାରଙ୍କ ଦ୍ୱାରା ତିଆରି କରା ଯାଇଥିବା ପ୍ରତ୍ୟେକ ଆବଶ୍ୟକ ସାବଧାନତା ପାଳନ କରନ୍ତୁ ଓ ସୁରକ୍ଷିତ ରହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।