
ଭଞ୍ଜନଗର – ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ ରେ ଆଜି ଭଞ୍ଜନଗର ଜଳ ସମ୍ପଦ ଡାକ ବଙ୍ଗଳା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 73ତମ ଜନ୍ମ ଦିବସ ପାଳନ ଅବସରରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ବିଜେଡି ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ର ଆୟୋଜନ ହୋଇଥିଲା l ରକ୍ତ ଅଭାବ କାରଣରୁ ଯେଭଳି କାହାର ମୃତ୍ୟୁ ନ ହୁଏ ନବୀନବାବୁଙ୍କ ଏହି ଉକ୍ତି କୁ ନେଇ ଚାରିଆଡେ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା l ଭଞ୍ଜନଗର ଏନ୍.ଏ.ସି ଓ ବ୍ଲକ ରୁ ବହୁ ରକ୍ତଦାତା ଏଥିରେ ସାମିଲ ହୋଇ ଏହି ଶିବିର ରୁ 250 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଏନ୍.ଏ.ସି ପୂର୍ବତନ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ଯୁବ ନେତା ସୁଧୀର ରଞ୍ଜନ ବେହେରା, ସମାଜସେବୀ ଶୁଳପାଣି ଶତପଥୀ, ପଞ୍ଚାନନ ପାଳ, କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି, ସନ୍ତୋଷ ଗୌଡ଼ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏଥିରେ କେ.ଏସ.ୟୁ.ବି କଲେଜ ର ବହୁ ଛାତ୍ର ସ୍ବେଛାକୃତ ରକ୍ତଦାନ କରିଥିଲେ l