

ଅନ୍ୟପକ୍ଷରେ କେତେକ ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ବିଭାଗୀୟ କର୍ତ୍ତୁପକ୍ଷ ଓ ଠିକାଦାର ପ୍ରକଳ୍ପ ବାହାରେ ଆମ୍ବେର ମାଇନର କେନାଲ ବନ୍ଧକୁ ୫୦୦ ଫୁଟରୁ ଉର୍ଦ୍ଧ୍ବ ଢଲେଇ କଋଛନ୍ତି । ଏଥିନେଇ ଅଭିଯୋଗ ହେବ। ପରେ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ସୁନୀଲ ନାୟକ ନିର୍ମାଣ ସ୍ଥଳକୁ ଯାଇ ଅନୁଧ୍ୟାନ କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯେଉଁ ରାସ୍ତା ନିର୍ମାଣ କରିଛି ଜଳ ସମ୍ପଦ ବିଭାଗର ନୁହେଁ ବରଂ ତାହା କୌଣସି ଲୋକଙ୍କ ବ୍ୟକ୍ତିଗତ ଜାଗା ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ପୁନଶ୍ଚ ତାତନା ପାଳକୁ ଯାଇଥିବା ତାତନା ମାଇନର କେନାଲ ଜଳସମ୍ପଦ ବିଭାଗ ଅଧୀନରେ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅଗୋଚରରେ କେନାଲ ବନ୍ଧକୁ ପୋତି ଜନବସତି ନ ଥିବା ତାତନା ପାଳକୁ ଚାଲିଛି ରାସ୍ତା ନିର୍ମାଣ । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକ ଅନୁମତି ନଥାଇ କିପରି ଜଳସମ୍ପଦ ବିଭାଗ କେନାଲ ବନ୍ଧକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ କରୁଛି ସେଥିନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏନେଇ କେନ୍ଦ୍ରାପଡା ଜିଲ୍ଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ସେ ଅବଗତ କରିଥିବା କହିଛନ୍ତି । ତେବେ ବିବାଦୀୟ ସ୍ଥାନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯେଉଁ ରାସ୍ତା ନିର୍ମାଣ କରୁଛି ଏହାକୁ ତାତନା, ଅଠରବାଟିଆ ଓ ଆମ୍ବେର ଗ୍ରାମବାସୀ ବିରୋଧ କରିବା ସହିତ କାହା ସ୍ବାର୍ଥରେ ରାସ୍ତା ନିର୍ମାଣ କରାଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗ କରିଛନ୍ତି ।