Related Stories
November 22, 2024
ଅନୁଗୁଳ-ରାଜ୍ୟ ସରକାରଙ୍କ ଦ୍ୱାରା ଆର୍ଥିକ ବର୍ଷ 2021-22 ପାଇଁ ମଦ ଦୋକାନ ଲାଇସେନ୍ସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି ପ୍ରକ୍ରିୟା ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ବିଦେଶୀ ମଦ ଦୋକାନ ଲାଇସେନ୍ସ ପାଇଁ ଲୋଟେରୀ ମାଧ୍ୟମରେ ଚୟନ କରାଯିବ।ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାରେ ଥିବା ସର୍ବ ମୋଟ 57 ଟି ଦୋକାନ ପାଇଁ ଆବେଦନ ସରିଛି। ମାର୍ଚ୍ଚ 29 ତାରିଖ ସନ୍ଧ୍ୟା 5 ଘଂଟିକା ସମୟରେ ମଦ ଦୋକାନ ଲାଇସେନ୍ସ ପାଇଁ ଆବେଦନ ଶେଷ ହୋଇଛି।ଅନୁଗୁଳ ଜିଲ୍ଲାରେ ଥିବା 57 ଟି ବିଦେଶୀ ମଦ ଦୋକାନ ପାଇଁ 906 ଟି ଆବେଦନ ହୋଇଥିବା ଅବକାରୀ ବିଭାଗ ସୁତ୍ର ରୁ ପ୍ରକାଶ।ଏହି 57 ଟି ଦୋକାନ ମଧ୍ୟରୁ ସର୍ବାଧିକ ଆବେଦନ ସାଉଥ ବଲଣ୍ଡା ସ୍ଥିତ ମଦ ଦୋକାନ ପାଇଁ 50 ଟି ଆବେଦନ ହୋଇଥିବା ବେଳେ ସାନହୁଲା ସ୍ଥିତ ମଦ ଦୋକାନ ପାଇଁ କେହି ଆବେଦନ କରିନାହାନ୍ତି।ଚଳିତ ବର୍ଷ ପ୍ରତି ଦୋକାନ ପିଛା ଏକ ଲକ୍ଷ ଟଙ୍କା ଆବେଦନ ଦେୟ ରଖାଯାଇ ଅଛି।ଉକ୍ତ ଏକ ଲକ୍ଷ ଟଙ୍କା ଫେରସ୍ତ ଯୋଗ୍ୟ ନୁହେଁ ବୋଲି ବିଜ୍ଞପ୍ତି ରେ ପ୍ରକାଶ କରାଯାଇଥିବା ସତ୍ୱେ ଏତେ ପରିମାଣରେ ଆବେଦନ ଆସିଥିବା ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି।ଅବକାରୀ ବିଭାଗର ନିଷ୍ପତ୍ତି ଅନୁଯାୟୀ ଆଗାମୀ 5 ବର୍ଷ ପାଇଁ ଲୋଟେରୀ ମାଧ୍ୟମରେ ବ୍ୟକ୍ତି ବିଶେଷ ଚୟନ କରାଯିବ ଓ ପ୍ରତ୍ୟେକ ବର୍ଷ ଲାଇସେନ୍ସ ନବୀକରଣ କରାଯିବ।ଅନୁଗୁଳ ଜିଲ୍ଲାରୁ 9 କୋଟି 6 ଲକ୍ଷ ଟଙ୍କା କେବଳ ଆବେଦନ ଶୁଳ୍କ ବାବଦ ଆସିଥିବା ରୁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।ଆଗାମୀ ଏପ୍ରିଲ ମାସ 7 ତାରିଖ ଦିନ 11 ଘଂଟିକା ସମୟରେ ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ତତ୍ୱବାଧାନ ରେ ଲୋଟେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଅବକାରୀ ବିଭାଗ ତରଫରୁ ଏ ନେଇ ପୂର୍ବରୁ ଜଣାଇଦିୟା ଯାଇଛି।