ପୁରୀ, ଶ୍ୱ ଐତିହ୍ୟ ସହର ଶ୍ରୀକ୍ଷେତ୍ରରେ ସାମ୍ବାଦିକମାନଙ୍କୁ ଓ ତାଙ୍କ ପ୍ରେସ୍ରୁମ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ଗତ ଫନୀବତ୍ୟା ଠାରୁ ପ୍ରେସରୁମର ଝରକାଟି ଭାଙ୍ଗି ଯାଇଛି । ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇନାହିଁ । ସେହିପରି କବାଟର ତଳଅଂଶ ପାଣିପଡ଼ି ନଷ୍ଟ ହୋଇଥିବାବେଳେ ତାହା ମଧ୍ୟ ଲଗାଯାଇ ପାରିନାହିଁ । ବହୁ ଦିନ ଧରି ଏଲିଡ଼ିଟିଭିଟି ଖରାପହୋଇ ପଡ଼ିରହିଛି । ସେହିପରି ଶୌଚାଳୟଟି ଭଙ୍ଗା ଅବସ୍ଥାରେ ପଡ଼ିଥିବାରୁ ଦୁର୍ଗନ୍ଧରେ ବସି ପାରୁନାହାନ୍ତି । ସାମ୍ବାଦିକ ପ୍ରକୋଷ୍ଠର ସାଇନବୋର୍ଡ଼ଟି ଫନୀବାତ୍ୟା ବେଳୁ ଉଡ଼ିଯାଇଥିବା ବେଳେ ନୂଆ ବୋର୍ଡ଼ ଲାଗିନାହିଁ । ପୁରୀରେ ଦେଢଶହରୁ ଉର୍ଦ୍ଧ୍ୱ ସାମ୍ବାଦିକ ଥିବାବେଳେ ୭ଟି ଭଙ୍ଗା ଚେୟାର ପଡ଼ି ରହିଛି । ଦୁଇଟି ଟେବୁଲ ଭାଙ୍ଗି ଯାଇଥିବାରୁ ଖବରକାଗଜ ପଡିବା ପାଇଁ ଅସୁବିଧା ସୃଷ୍ଟି ହେଉଛି । ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ଚାହୁଁଥିବାବେଳେ ପ୍ରେସ ରୁମ୍ଟି ଦୟନୀୟ ଅବସ୍ଥାରେ ପଡ଼ି ରହିଛି । ଗତ କିଛିଦିନ ତଳେ ବିଶ୍ୱଐତିହ୍ୟ ସହରରେ ବିଶ୍ୱସ୍ତରୀୟ ପ୍ରେସ ରୁମ୍ ନିର୍ମାଣ ପାଇଁ ସାମ୍ବାଦିକମାନେ ଦାବି କରିଥିବାବେଳେ ତାହା ଏବେ ଫାଇଲର ନାଲିଫିତା ତଳେ ବନ୍ଧା ହୋଇରହିଛି । ରାଜ୍ୟ ଓ ରାଜ୍ୟ ବାହାରୁ ସାମ୍ବାଦିକମାନେ ପୁରୀ ଆସିଲେ ଅତ୍ୟଧିକ ଟଙ୍କା ଦେଇ ହୋଟେଲରେ ରହୁଛନ୍ତି । ତୁରନ୍ତ ପ୍ରେସ୍ ରମ୍କୁ ସଜାଡ଼ିବା ସହ ବିଶ୍ୱସ୍ତରୀୟ ପ୍ରେସ ରୁମ୍ ନିର୍ମାଣ କରିବା ପାଇଁ ବରିଷ୍ଠ ସାମ୍ବାଦିକ ବିଜୟ ପଟ୍ଟନାୟକ, ଡ଼ିପି ଗାଙ୍ଗୁଲି , ସରୋଜ ମିଶ୍ର, ଅକ୍ଷୟ ସ୍ୱାଇଁ , ବିଜୟ ମିଶ୍ର, ନିରଞ୍ଜନ ମିଶ୍ର, ଅନନ୍ତ ମିଶ୍ର ,ଶଙ୍କର ବେହେରା, ଅନନ୍ତ ମିଶ, ସୁଡ଼ାଂଶୁ ଶେଖର କର ପ୍ରମୁଖ ଦାବି କରିଛନ୍ତି । ଏଥିପ୍ରତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିଲାପାଳ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଓ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଜିତ ମଙ୍ଗରାଜ ଦୃଷ୍ଟି ଦେବାପାଇଁ ଦାବି ହୋଇଛି ।