
ଭୁବନ, ଭୁବନ ଏନଏସି ପରିସରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବ୍ୟାପକ ଏଲଇଡି ଲାଇଟ ଲଗାଯାଇଥିବା ବେଳେ ଅଧାରୁ ଅଧିକ ଲାଇଟ ଫ୍ୟୁଜ ହୋଇଗଲାଣି । ବାକି ଯେତେକ ଅଛି ସେତକ ବି ଜଳୁନି, ଫଳରେ ସାରା ସହରରେ ଅନ୍ଧାର ରାଜୁତି କରୁଛି । ଭୁବନ ଥାନା ଛକ ଠାରୁ ରଗଡି ଛକ,ଲତାବିଲ କେନାଲ ଛକ ଠାରୁ କଲେଜ ଛକ, ନୂଆବଜାର ଗୋଲାଘର ଛକ ଠାରୁ ରାମ ମନ୍ଦିର ଛକ ,କାଳୀବଜାର ଠାରୁ ନୀଳମାଧବ ପେଟ୍ରୋଲପମ୍ପ ପ୍ରଭୃତି ଅଂଚଳରେ ଲାଇଟ ଜଳୁନଥିବା ବେଳେ ଅନ୍ୟ ଅଂଚଳ ସଂପୂର୍ଣ୍ଣ ଅନ୍ଧାର ରହୁଛି । ଭୁବନ ଏନଏସିକୁ ଆଲୋକିତ କରିବା ପାଇଁ ପୋଲ୍ ଏବଂ ଏଲଇଡି ଲାଇଟ ଗୋଟିକ ୫୦ ହଜାର ଟଙ୍କା ହିସାବରେ ପ୍ରାୟ କୋଟିଏରୁ ଅଧିକ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଥିବା ବେଳେ ମାତ୍ରାଧିକ ଦୁର୍ନୀତି,ପିସି କାରବାର ଓ ନିମ୍ନ ମାନର ଲାଇଟ ଲଗାଯାଇଥିବା କାରଣରୁ ଅଳ୍ପ ଦିନରେ ତାହା ଅଚଳ ହୋଇପଡୁଥିବା ଜନସାଧାରଣରେ ଚର୍ଚ୍ଚା ଓ ଆଲୋଚନା ହେଉଛି । ବିଭାଗୀୟ ଅଧିକାରୀ ନିଜର ଅସହାୟତା ପ୍ରକାଶ କରି ଟେଣ୍ଡର ନେଇଥିବା କମ୍ପାନୀ ଉପରେ ସବୁ ଦୋଷ ଲଦିଦେଉଛନ୍ତି ।