ଭୁବନେଶ୍ୱର – ହାତୀ ଚଳପ୍ରଚଳ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଝୁଲି ରହିବା ଓ ଟ୍ରେନ୍ ଧକ୍କାରେ ହାତୀମୃତ୍ୟୁ ବୃଦ୍ଧିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ ପାଇଛି ।
ୱାଇଲ୍ଡ ଲାଇଫ୍ ୱାଡେନ୍ ହରିଶଙ୍କର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ପ୍ରକୃତି ଭବନ ଠାରେ ବନ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁÂିତ ହୋଇଥିଲା । ବୈଠକରୁ ଜଣାଯାଇଛି ଯେ ୬୩୪୪ଟି ସ୍ଥାନରେ ବଦ୍ୟୁତ୍ ତାର ଝୁଲି ରହିଛି । ସେହିପରି ଟ୍ରେନ୍ ଧକ୍କାରେ ୨୪ ହାତୀଙ୍କର ମୃତ୍ୟୁ ଘଟିଛି । ଟ୍ରେନ୍ ଲାଇନ୍ କଡରେ ଖାଦ୍ୟ ନପକାଇବା ପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଇଛି । ସେହିପରି ଟ୍ରେନ୍ ଲାଇନ୍ କଡରେ ଅନାମନା ଗଛ କାଟିବାକୁ ନିଷ୍ପତି ହୋଇଛି ।