ଭୁବନେଶ୍ୱର – ଓଡିଶା ବିଧାନସଭାକୁ ଅତ୍ୟାଧୁନିକ କରାଯିବ । ଭୁବନେଶ୍ୱରରେ ଥିବା ଏମଏଲଏ କଲୋନୀର କିଛି ଅଂଶ ଭଙ୍ଗାଯିବ । ସେଠାରେ ବିଧାୟକମାନଙ୍କ ପାଇଁ ନୂଆ କୋଠା ନିର୍ମାଣ କରାଯିବ । ଏଥିଲାଗି ୪୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ରାଜଧାନୀରେ ଏମଏଲଏ କଲୋନିର ରୂପରେଖ ବଦଳିବ । ୭ ମହଲା କୋଠାରେ ୧୪୦ଜଣ ବିଧାୟକଙ୍କ ରହିବାଲାଗି ପାଇଁ ସ୍ୱତନ୍ତ୍ର ସରକାରୀ ଘର ତିଆରି ହେବ । ଏଥିରେ ମର୍ଣ୍ଣିଂ ୱାକ୍ ପାଇଁ ସୁବିଧା ରହିବ । ତା’ସାଙ୍ଗକୁ କଲ୍ୟାଣ ମଣ୍ଡପ ବି ନିର୍ମାଣ ହେବ ।ଏଥିପାଇଁ ଏମଏଲଏ କଲୋନିର କିଛି ଅଂଶ ମଧ୍ୟ ଭଙ୍ଗାଯିବ ବୋଲି ସେ କହିଛନ୍ତି ।