ନୂଆଦିଲ୍ଲୀ, ଛଅଟି ରାଜ୍ୟ; ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବଢ଼ୁଥିବା ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟାରେ ଆସିଥିବା ନୂଆ ମାମଲା ମଧ୍ୟରୁ ୮୦.୬୩% ଏସବୁ ରାଜ୍ୟରୁ ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩,୪୭୬ ନୂଆ କରୋନା ମାମଲା ଆସିଛି ।
ମହାରାଷ୍ଟ୍ରରେ କ୍ରମାଗତ ଭାବେ ଦିନକରେ ସର୍ବାଧିକ ୩୧,୮୫୫ (୫୯.୫୭%) ମାମଲା ଆସିଛି । ଏହା ପଛକୁ ପଞ୍ଜାବରେ ୨୬୧୩ ଏବଂ କେରଳରେ ୨୪୫୬ ନୂଆ ମାମଲା ଆସିଛି ।