Related Stories
November 23, 2024
ନୂଆଦିଲ୍ଲୀ, ଦେଶରେ ବ୍ୟବସାୟିକ କୋଇଲାଖଣି ଗୁଡିକର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଓଡିଶା ସମେତ ୬ଟି ରାଜ୍ୟର ୬୭ଟି କୋଇଲା ଖଣି ନିଲାମ ହେବ । ଏହି ଖଣି ଗୁଡିକ ମଧ୍ୟରୁ ୨୩ଟି ସିଏସ(ଏସ.ପି.) ଓ ୪୪ଟି ଏମ.ଡି.ଆର. ଆଇନ ଅଧୀନରେ ରହିଛି । କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଯେଉଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି ସେଥିରେ ବଡ, ସାନ, ସମ୍ପୂର୍ଣ୍ଣ ଓ ଆଂଶିକ ଉନ୍ମକ୍ତ ଖଣି ରହିଛି । ଏହି ସବୁ ଖଣି ଓଡିଶା, ଛଡିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଅଛି ।ଏହି ପର୍ଯ୍ୟାୟରେ ସର୍ବାଧିକ ଖଣି ନିଲାମ କରାଯିବ । ୧୯୧୪ରେ ପ୍ରଥମ କରି ଦେଶରେ କୋଇଲା ଖଣିର ବ୍ୟବସାୟିକ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୂଆଦିଲ୍ଳୀଠାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିଲାମ କାର୍ଯ୍ୟ ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଓ କେନ୍ଦ୍ର କୋଇଲା ସଚିବ ଅନୀଲ କୁମାର ଜୈନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ଜୋଶୀ କହିଛନ୍ତି ଯେ ଆମ କୋଇଲାକୁ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପର ଚାଳକରେ ପରିଣତ କରିଛୁ । ଭାରତୀୟ କୋଇଲ ଉଦ୍ୟୋଗରେ ବିପୁଳ ସୁବିଧାସୁଯୋଗ ରହିଛି । ତେଣୁ ନିବେଶକମାନେ ଭାରତ ଆସି ଏ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ସହିତ ଏହି ବିପୁଳ ଖଣିଜ ସମ୍ପଦର ସଦ୍ବ୍ୟବହାର କରିବାକୁ ମୁଁ ନିମନ୍ତ୍ରଣ ଜଣାଉଛି । ସେମାନେ ଆସନ୍ତୁ, ନିଜର ବ୍ୟବସାୟ ବଢାନ୍ତୁ ଏବଂ ଭାରତକୁ ଅଭିବୃଦ୍ଧି ପଥରେ ଆଗେଇ ନିଅନ୍ତୁ ବୋଲି ଶ୍ରୀ ଜୋଶୀ କହିଛନ୍ତି ।