ଓଡ଼ିଶାର ଭୁବନେଶ୍ୱରରେ ବନ୍ଦ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି ବୋଲି କୃଷକ ନେତା ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ରେଳ ଷ୍ଟେସନଂ, ମାଷ୍ଟର କ୍ୟାଂଟିନ ଛକ, ଜୟଦେବ ବିହାର ଛକସ୍ଥିତ ଜାତୀୟ ରାଜପଥରେ ପିକେଟିଂ, ଆଇଗିଣିଆ ଛକଠାରେ ପିକେଟିଂ ଓ ରାସ୍ତରୋକ ଇତ୍ୟାଦି ସଂଗଠିତ ହୋଇଥିଲ । ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍ ଛକଠାରେ ଅନୁଷ୍ଠିତ କେନ୍ଦ୍ରୀୟ ପିକେଟିଂ କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ସଭାପତି ଯମେଶ୍ୱର ସାମନ୍ତରାୟ, ଅଭିରାମ ବେହେରା, ପ୍ରମୋଦିନି ସାହୁ, ଏ.ଆଇ. କେ. ଏସ୍ ର ରାଜ୍ୟ ସମ୍ପାଦକ କ୍ଷିରୋଦ କୁମାର ସିଂହଦେଓ, ଆଦିବାସୀ ନେତା ରବିନ୍ଦ୍ର ଟୁଡୁ, ଏଆଇକେକେଏମ୍ଏସ୍ର ରାଜ୍ୟ ନେତା ନିରଞ୍ଜନ ମହାନ୍ତି, ରାଜେନ୍ଦ୍ର କୁମାର ବର୍ମା, ଏ.ଆଇ.କେ.ଏମ୍.କେ.ଏସ୍ ର ରାଜ୍ୟ ଆବାହକ ଶ୍ରୀକାନ୍ତ ମହାନ୍ତି, ଇନ୍ସାଫ୍ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ସମାଜବାଦୀ କୃଷକ ମୋର୍ଚ୍ଚାର ରାଜ୍ୟ ଉପଦେଷ୍ଟା ସୁଦର୍ଶନ ପ୍ରଧାନପ୍ରମୁଖ ନେତୃତ୍ୱ ନେଇଥିଲେ ।
ପିକେଟିଂ କାର୍ଯ୍ୟକ୍ରମ ସରିବା ପରେ ସମସ୍ତ କୃଷକ ସଂଗଠନ, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସମୂହ, ଗଣ ସଂଗଠନ ଏବଂ ରାଜନୈତିକ ଦଳମାନଙ୍କର ଏକ ମିଳିତ ଶୋଭାଯାତ୍ରା ମାଷ୍ଟର କ୍ୟାଂଟିନ୍ ଛକଠାରୁ ବାହାରି ରାଜମହଲ ଛକଦେଇ ମହାତ୍ମା ଗାନ୍ଧୀ ମାର୍ଗଠାରେ ପହଂଚିବା ପରେ କେନ୍ଦ୍ର ସରକାରଙ୍କରର କୃଷକ ବିରୋଧୀ କୃଷି ଆଇନ୍ ରଦ୍ଦ କରିବା ଦାବୀରେ ଆଇନ ଅମାନ୍ୟ ଆନ୍ଦୋଳନ କରି ବହୁ କର୍ମୀ ଗିରଫ ହୋଇଥିଲେ । ଏହି ମିଳିତ ଶୋଭାଯାତ୍ରାରେ ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ, ଆଶିଷ କାନୁନଗୋ, ଯୁଧିଷ୍ଠିର ମହାପାତ୍ର ପ୍ରମୁଖ ରାଜନୈତିକ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ।