ନରହତ୍ୟା କ୍ଷେତ୍ରରେ ପଂଜୀକୃତ ହୋଇଥିବା ୧୪୭୦ଟି ହତ୍ୟା ମାମଲାରୁ ୧୩୯୨ଟି ସତ୍ୟ ମାମଲା ଅଟେ । ଏଥିରୁ ୬୯୪ ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ସେହିପରି ଡକାୟତି କ୍ଷେତ୍ରରେ ୫୧୪ଟି ଡକାୟତି ମାମଲାରେ ୨୫୪ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ବିଭିନ୍ନ ଡକାୟତି ଘଟଣାରେ ପୋଲିସ ଦ୍ୱାରା ୧୨ ଜଣ ଆନ୍ତ ରାଜ୍ୟୀୟ ଡକାୟତଙ୍କ ସମେତ ୧୮୭୬ ଜଣ ଡକାୟତଙ୍କୁ ଗିରଫ କରା ଯାଇଛି । ୨୪ ଘଟଣାରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ବିସ୍ଫୋରକ ଦ୍ରବ୍ୟ ଜବତ କରା ଯାଇଛି । ଏହା ବ୍ୟତୀତ ଚୋରୀ ହୋଇଥିବା ସମ୍ପତି ମଧ୍ୟରୁ ୧୦ କୋଟି ୪୦ ଲକ୍ଷ ୪୬ ହଜାର ୮୪୫ ଟଙ୍କାର ସମ୍ପତି ଉଦ୍ଧାର କରା ଯାଇଛି । ୍ଣସହିପରି ଲୁଣ୍ଠନ ମାମଲାରେ ୨୧୬୬ଟି ମାମଲା ରୁଜୁ କରା ଯାଇଛି । ଏହି ଅଭିଯୋଗରେ ୧୮୧୬ ଜଣଙ୍କୁ ଗିରଫ କରା ଯାଇଛି । ୪ କୋଟି ୨୪ ଲକ୍ଷ ୨୬ ହଜାର ୯୫ ଟଙ୍କା ମୂଲ୍ୟର ସମ୍ପତି ଉଦ୍ଧାର କରା ଯାଇଛି । ୍ଣସହିପରି ସିନ୍ଧି ଚୋରୀ ଘଟଣାରେ୍ ୪୫୦୦ ଟି ମାମଲା ରୁଜୁ କରା ଯାଇଥିଲା । ସେଥି ମଧ୍ୟରୁ ୧, ୪୨୨ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ଚୋରୀ ମାମଲାରେ ୧୦, ୪୧୨ଟି ମାମଲା ପଂଜୀକୃତ ହୋଇଥିଲା । ସେଥିମଧ୍ୟରୁ ୩୭୭୦ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ଚୋରୀ ସମ୍ପତି ମଧ୍ୟରୁ ୧୮ କୋଟି ୮୩ ଲକ୍ଷ ୨୧ ହଜାର ୨୮୩ ଟଙ୍କାର ସମ୍ପତି ଉଦ୍ଧାର କରା ଯାଇଛି । ପ୍ରତାରଣା କ୍ଷେତ୍ରରେ ୩,୫୨୪ଟି ମାମଲା ରୁଜୁ ହୋଇଛି । ୭୫୧ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ଦୁଷ୍କର୍ମ ମାମଲାରେ ପଂଜୀକରଣ ହୋଇଥିବା ୨୯୮୪ଟି ମାମଲା ମଧ୍ୟରୁ ୨୯୦୭ଟି ମାମଲା ସତ୍ୟ । ଏଥି ମଧ୍ୟରୁ ୨୦୫୪ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ଦଙ୍ଗା ମାମଲାରେ ୨୦୫୯ ଟି ମାମଲା ପଂଜୀକୃତ ହୋଇଥିଲା । ସେଥିରୁ ୧୩୪୭ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ମୋଟର ଯାନ ଦୁର୍ଘଟଣାରେ ୯୮୧୭ଟି ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ ୯୭୭୧ଟି ମାମଲା ସତ୍ୟ ରହିଛି । ଏଥି ମଧ୍ୟରୁ ୬୦୫୬ଟି ମାମଲାରେ ଚାର୍ଜସିଟ ଦିଆ ଯାଇଛି । ଅନୈତିକ ବ୍ୟଭିଚାର ମାମଲାରେ ୨୨ଟି ମାମଲା ରୁଜୁ ହୋଇଥିଲା । ଏଥି ମଧ୍ୟରୁ ୧୦ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ୍ଣସହିପରି ଯୌତୁକ ଜନିତ ମାମଲାରେ ୪୦୮୮ଟି ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ ୨୭୪୮ ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ୩୮ଟିର ଚୂଡାନ୍ତ ରିପୋର୍ଟ ସତ୍ୟ ରହିଛି । ୧୨୧୮ ମୋକଦ୍ଦମା ତଦନ୍ତାଧୀନ ରହିଛି । ଯୌତୁକଜନିତ ହତ୍ୟା ମାମଲାରେ ୩୨୧ଟି ମୋକଦ୍ଦମା ରୁଜୁ ହୋଇଛି । ସେଥି ମଧ୍ୟରୁ ୧୪୧ଟିରେ ଦୋଷାରୋପ ଫର୍ଦ ଦାଖଲ ହୋଇଛି । ୧୫୭ଟି ମୋକଦ୍ଦମା ତଦନ୍ତାଧୀନ ରହିଛି । ଯୌତୁକଜନିତ ଆତ୍ମହତ୍ୟାରେ ୮୭ଟି ମୋକଦ୍ଦମା ମଧ୍ୟରୁ ୭୩ଟି ମୋକଦ୍ଦମାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ଅବଶିଷ୍ଟ ୧୪ଟି ମୋକଦ୍ଦମା ତଦନ୍ତାଧୀନ ରହିଛି ।ଯୌତୁକଜନିତ ନିର୍ଯ୍ୟାତନା ମାମଲାରେ ୩୭୫୯ଟି ମୋକଦ୍ଦମା ମଧ୍ୟରୁ ୨୬୬୨ଟି ମୋକଦ୍ଦମାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ଏଥି ମଧ୍ୟରୁ ୧୦୨୧ଟି ମୋକଦ୍ଦମା ତଦନ୍ତାଧୀନ ରହିଛି । ଅଣ ଯୌତୁକ ନିର୍ଯ୍ୟାତନା ମାମଲାରେ ୩୧୫୩ ମୋକଦ୍ଦମା ମଧ୍ୟରୁ ୨୪୧୩ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୬୩୬ଟି ମୋକଦ୍ଦମା ତଦନ୍ତାଧୀନ ରହିଛି ।
ତଫସିଲଭୁକ୍ତ ଜାତି ଓ ଜନଜାତି ମାନଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା ମାମଲାରେ ୨୬୭୦ଟି ମୋକଦ୍ଦମା ମଧ୍ୟରୁ ୧୧୮୩ଟି ମୋକଦ୍ଦମାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି ।