ଭୁବନେଶ୍ୱର, ୧୯୯୯ ମହାବାତ୍ୟା ପରେ ରାଜ୍ୟ ୮ ଗୋଟି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ୨୦୧୩ ମସିହାରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତିଲି, ପେଥାଇ ଓ ଡାଏ, ୨୦୧୯ର ବାତ୍ୟା ଫନି ଓ ବୁଲବୁଲ ଓ ୨୦୨୦ରେ ଅମ୍ଫାନ ଦ୍ୱାରା ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୯୯୯ ମହାବାତ୍ୟା ପରେ ଏହି ବାତ୍ୟା ଗୁଡିକରେ ମୋଟ ୧୬୦ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ୩୧୯୪୫.୮୦ କୋଟି ଟଙ୍କାର ଧନ ଜୀବନ କ୍ଷତି ହୋଇଥିବାର ଆକଳନ କରା ଯାଇଛି ।ଏହି ବାତ୍ୟା ଗୁଡିକର ରିଲିଫ ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କୁ ମୋଟ ୨୯୪୮୦.୩୭ କୋଟି ଟଙ୍କାର ସହାୟତା ପ୍ରଦାନ ପାଇଁ ଅନୁରୋଧ କରା ଯାଇଥିବା ବେଳେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହୟତା ପାଂଠିରୁ ୫୨୮୫.୬୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।