
ଓଡିଆ ଭାଷା ବିଶ୍ୱମୁଖୀ ହେବା ସହିତ ୭ମ ଜାତୀୟ ଭାଷା ସମ୍ମିଳନୀରେ ୬୮ଟି ଗବେଷଣା ସନ୍ଦର୍ଭ ଓ ୮ଟି ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରାଯାଇଛି |ଓଡିଆଭାଷା ଏବେ ପୂର୍ବ ଗୌରବ ଫେରାଇ ଆଣିବା ପଥରେ ଗତି କରୁଛି । ଶାସ୍ତ୍ରୀୟତା ପରେ ଓଡ଼ିଆଭାଷା ପ୍ରତି ଶିକ୍ଷିତ ବର୍ଗ ମୁହଁ ଫେରାଇଆଣିବା ଓଡ଼ିଆଭାଷାର ବିକାଶପାଇଁ ଶୁଭ ଲକ୍ଷଣ ନୁହେଁ । ଗତ ୬ ବର୍ଷ ଧରି ଓଡିଶାରେ ଆୟୋଜିତ ହୋଇ ଆସୁଥିବା ଜାତୀୟ ଭାଷା ସମ୍ମିଳନୀ ଚଳିତ ବର୍ଷ ପୁରୀଠାରେ ଅନୁଷ୍ଠିତ ହେବ । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ଜାତୀୟ ଭାଷା ସମ୍ମିଳନୀର ସପ୍ତମ ସଂସ୍କରଣ ଚଳିତ ମାର୍ଚ୍ଚ ମାସ ୩୧ ଅପ୍ରେଲ ଠାରୁ ୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପୂର୍ବବର୍ଷ ଭଳି ଭାରତର ବିଭିନ୍ନ ଭାଷା ବିଶ୍ବବିଦ୍ୟାଳୟ ଏବଂ କେନ୍ଦ୍ରୀୟ କ୍ଲାସିକାଲ ସଂସ୍ଥା,ରାଜ୍ୟର ଭାଷା ଓ ସାହିତ୍ୟ ଅନୁରାଗୀ, ଗବେଷକ ଓ ବିଶେଷଜ୍ଞ, ରାଜନେତା ଓ ଗଣମାଧ୍ୟମର ପ୍ରତିନିଗଣଙ୍କୁ ଏକାଠି କରି ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଭାଷା, ଓଡ଼ିଆ ବ୍ୟାକରଣ, ଅନୁବାଦ, କମ୍ପ୍ୟୁଟର ଓ ଓଡିଆ, ଶିକ୍ଷା-ପ୍ରଶାସନ – ଆଇନ –ଚିକିତ୍ସା – ସଂସ୍କୃତି ସମ୍ପର୍କୀତ ବିଷୟ ଆଲୋଚନା କରାଯିବ ବୋଲି ଆଜି ବିଶ୍ଵବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା କୁଳପତି ପ୍ରଫେସର ହରିହର ହୋତା, ଅନୁଷ୍ଠାନର ଉପାଧ୍ୟକ୍ଷା ଡକ୍ଟର ସିପ୍ରା ମଲ୍ଲିକ, ସମ୍ପାଦକ ଡକ୍ଟର ସୁବ୍ରତ ପୃଷ୍ଟି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶାସ୍ତ୍ରୀୟ ସ୍ବୀକୃତି ପରେ ଓଡ଼ିଆଭାଷାକୁ କିପରି ବିଶ୍ୱମୁଖୀ କରାଯାଇପାରିବ ତଥା ଏପର୍ଯ୍ୟନ୍ତ ପାଠ ହୋଇ ନ ଥିବା ଲକ୍ଷାଧୂକ ତାଳପତ୍ର ପୋଥି ଓ ଶିଳାଲେଖାର ପାଠୋଦ୍ଧାର ସହିତ ଆଧୁନିକ ଯୋଗାଯୋଗର ଭାଷା ଭାବରେ କମ୍ପୁଟର ବ୍ୟବହାର ଉପଯୋଗୀ ହୋଇପାରିବ, ସେ ବିଷୟରେ ଗବେଷଣାତ୍ମକ ଭିଭି ପ୍ରବନ୍ଧ ଉପସ୍ଥାପନ ହେବା ସହିତ ଏହାର ବିଭିନ୍ନ ଦିଗ ଉପରେ ବିସ୍ତୁତ ଆଲୋଚନା ହେବ । ବିଶେଷକରି ଦୁଇ ଶାସ୍ତ୍ରୀୟଭାଷା ଓଡ଼ିଆ ଓ ସଂସ୍କୃତ ମଧ୍ୟରେ ଥିବା ସମ୍ପର୍କର ବିସ୍ତୃତ ଦିଗ ଆଲୋଚନା ହେବା ସହିତ ପ୍ରଥମ ଦିନ ନୂତନ ଶିକ୍ଷାନୀତିରେ ଭାଷାର ଭୂମିକା ବିଷୟରେ ଗବେଷକଗଣ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଫେସର ହୋତା ଓଡିଆଭାଷାକୁ ଶକ୍ତିଶାଳୀ କରିବାପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଉଦ୍ୟମକୁ ପ୍ରଶଂସା କରିବା ସହିତ ଭାରତରେ ପ୍ରଥମକରି ଭାଷାକୁ ନେଇ ଜାତୀୟ ସ୍ତରର ସମ୍ମିଳନୀ ଅୟୋଜନକୁ ଆହୁରି ଲୋକାଭିମୁଖୀ ପାଇଁ ସରକାରି ଓ ବେସରକାରି ସ୍ତରରେ ଉଦ୍ୟମ କରିବାର ଆବଶ୍ୟକତା ଅଛି । ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର ପୁରୀଠାରେ ଏହି ସମ୍ମିଳନୀ ଆୟୋଜନ ହେଉଥିବାରୁ ଏହା ପୁରୀବାସୀଙ୍କ ପାଇଁ ଏକ ଗୌରବମୟ ଅଧ୍ୟାୟ ହୋଇ ରହିବ ବୋଲି କହିଥିଲେ ।ବିଶ୍ଵ ମହାମାରୀ କରୋନାର ଦ୍ବିତୀୟ ଆଗମନରେ କୋଭିଡ କଟକଣା ଅନୁସାରେ ସୀମିତ ସଂଖ୍ୟକ ଗବେଷକ ଓସ୍ଥାନୀୟ ବିଦ୍ବାନମାନଙ୍କ ଉପସ୍ଥିତିରେ ଏହି ସମ୍ମିଳନୀକୁ ସୂଚାରୁ ରୂପେ ସଫଳ କରିବାପାଇଁ ଆଜି ଜାତୀୟ ଭାଷା ସମ୍ମିଳନୀପ୍ରସ୍ତୁତି କମିଟିର ତୃତୀୟ ବୈଠକରେ ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ଓ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ କୁଳ ସଚିବ ପ୍ରଫେସର ଧରଣୀଧର ରଣା, ଡକ୍ଟର ସୁଶାନ୍ତ କୁମାର ରାଜଙ୍କ ସମେତବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷାବିତ ଉପସ୍ଥିତ ଥିଲେ ।ଜାତୀୟ ଭାଷା ସମ୍ମିଳନୀ ସମ୍ପାଦକ ସୁବ୍ରତ କୁମାର ପୃଷ୍ଟି ଏହି ସୂଚନା ପ୍ରଦାନ କରିଛନ୍ତି |