
ଜଗନ୍ନାଥ ପ୍ରସାଦ -:ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ 26ତାରିଖ ଶୃକ୍ରବାର ଦିନସକାଳ 6 ଠାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦିଆ ଯାଇଛି ଏଇ ବନ୍ଦ କୁସଫଳ କରବା ପାଇଁ ଚାଷୀ ସଂଗଠନଗୁଡିକ ପକ୍ଷରୁ ପ୍ରସ୍ତୁତି କରାଯାଇଛି ବିଶେଷ କରି ସବୁସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ରାସ୍ତାଘାଟ ବନ୍ଦ କରାଯାଇଛି ଭାରତ ବନ୍ଦ ସମୟରେ ସମସ୍ତ ହାଟ, ବଜାର ବନ୍ଦ ରହିଥିଲା ବଜାର ର ବ୍ୟବସାୟୀମାନେ ବନ୍ଦ କରିବାର ନିଷ୍ପତି ଗ୍ରହଣ କରିଥିଲା ଯାତ୍ରୀ, ଓ ମାଲ ପରିବହନ ବାଧାପ୍ରାପ୍ତ ହୋଇଥିଲା ଏଇ ବନ୍ଦ ପାଳନ ରାଲିରେ ସଭାପତି -ନିରାକାର ନାୟକ ଙ୍କ ସହ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଟୁନା ମଳିକ, କାର୍ତ୍ତିକ ପ୍ରଧାନ ସଞ୍ଜୟ ନାୟକ, ରବୀନ୍ଦ୍ର ଦଳବେହେରା, ଜୟନ୍ତୀ ପ୍ରଧାନ, କୁନି ରାୟ ଙ୍କ ନେତୃତ୍ୱ ରେ ବହୁ ଚାଷୀ,ଆଦିବାସୀ ଭାରତ ମହା ସଂଘର ବହୁ ଜନସାଧାରଣ ଯୋଗ ଦେଇଥିଲେ ଏବଂ ବହୁ ଶାନ୍ତି ରେ ବନ୍ଦ ଡାକରା ହୋଇଥିଲା ଏଥିରେ ଜଗନ୍ନାଥ ପୋଲିସ ଆଇ. ଆଇ ସି. ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ନିର୍ଦେଶ କ୍ରମରେ ପୋଲିସ ବାହିନୀ ରହି ଶାନ୍ତି ସୁଙ୍ଖଳା ରହିବା ସହ କୋଭିଡ ନିୟମ ର ପାଳନ ଉପରେ ନଜର ରଖିଛନ୍ତି
ଗଞ୍ଜାମ, ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ