
ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନ ତଥା ମାର୍ଗଦର୍ଶନରେ “ସାହିଭାଇ” ଅନୁଷ୍ଠାନ ବାଲିସାହି ସ୍ଥିତ ନୀଳମାଧବ ବିନାୟକ ସମିତି” ସହଯୋଗରେ ବିଗତ ଦୁଇବର୍ଷ ହେବ ‘ତୀର୍ଥ ଆଳତି’କାଯ୍ୟକ୍ରମର ଆୟୋଜନ କରି ଆସୁଅଛି । ଏହି ଆଳତି କାଯ୍ୟକ୍ରମ ପ୍ରତ୍ୟେକ ମାସର ଶୁକ୍ଳପକ୍ଷଦ୍ଵାଦଶୀ ତିଥିରେ ପୁରୀ ସହରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରୁ ଅନ୍ୟତମ ତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀ ତଟରେ ସମ୍ପୂର୍ଣ୍ଣ ରୀତିନୀତି ସହ ଅୟୋଜନ କରାଯାଇଥାଏ ।୨୦୧୯ ମସିହା “ଗୋବିନ୍ଦ ଦ୍ଵାଦଶୀ ତିଥିରେ ଆରମ୍ଭ ହୋଇଥିବା ଏହି ତୀର୍ଥ ଆଳତି କାଯ୍ୟକ୍ରମ ଇତି ମଧ୍ୟରେ ପବିତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଏବଂ ମାର୍କଣ୍ଡେୟ ପୁଷ୍କରିଣୀ ପଯ୍ୟନ୍ତସମ୍ପ୍ରସାରିତ ହୋଇ ସାରିଅଛି । ଏହି ପବିତ୍ର କାର୍ଯ୍ୟକ୍ରମର ଦ୍ବିତୀୟ ବାର୍ଷିକୋତ୍ସବ ଆସନ୍ତା ତା୨୬.୦୩.୨୦୨୧ରିଖ ଶୁକ୍ରବାର ଦିନ ନାମ ସଂକୀର୍ତନ ଅପରାହ୍ନ ୩.୩୦,ଆଳତି ଆରମ୍ଭ ସଂଧ୍ୟା ୬ ଘଟିକା ବାଲିସାହିସ୍ଥିତ ଶ୍ୱେତଗଙ୍ଗା ପୁଷ୍କରିଣୀ ତଟରେଅନୁଷ୍ଠିତ ହେବାକୁ ଯାଉଅଛି ।ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ପବିତ୍ର ପୁଷ୍କରିଣୀ ଗୁଡିକର ପବିତ୍ରତା ରକ୍ଷା ତଥା ଉକ୍ତ ପରିବେଶକୁ ଆବର୍ଜନା ମୁକ୍ତ ଓ ଜନ ସଚେତନତା ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କମନରେ ପଞ୍ଚତୀର୍ଥ ପୁଷ୍କରିଣୀଙ୍କ ସୁରକ୍ଷା ପ୍ରତି ଥିବା ମନୋବଳକୁ ଆହୁରି ସୁଦୃଢ କରାଇବା ଅନୁଷ୍ଠାନର ମୂଳ ଲକ୍ଷ୍ୟ ।