
ଅର୍ନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ଦୟାଜ୍ୟୋତି” ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଭାବରେ ଅନୁଷ୍ଠିତ ଭାରତୀୟ କଳା ସଂସ୍କୃତି ଅଭିବୃଦ୍ଧି ଏବଂ ପ୍ରସାର ଐକ୍ୟ, ଏକତା, ଅଖଣ୍ଡତା ଏବଂ ମୈତ୍ରୀର ପ୍ରତୀକ ରଙ୍ଗାରଙ୍ଗ ବସନ୍ତ ଉତ୍ସବ – ୨୦୨୧ ଉଦ୍ଯାପିତ ହୋଇଛି । ଉଦ୍ଯାପନଦିବସରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଶ୍ରୀ ହରିହର ମିଶ୍ର ତଥା ସମ୍ମାନିତ ଅତିଥି ଭାବେ ପୁରୀସ୍ଥିତ ଓଡ଼ିଶୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ପାଦକ ଦୁର୍ଗାମାଧବ କର, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଆଦ୍ରିତ ଚରଣ ଧଳ, ବିଶିଷ୍ଟ ଶିକ୍ଷାବିତ୍ ଲେଖିକା ସୁଭାସିନୀ ଧଳ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାର ଦୋଳ ଗୋବିନ୍ଦ ରାଉତ ପ୍ରମୁଖ ବିଭିନ୍ନ ବିଭାଗରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ଅନୁଷ୍ଠାନର ଏହି ପ୍ରକାର ଭାରତୀୟ କଳା ସଂସ୍କୃତି ଅଭିବୃଦ୍ଧି ଏବଂ ପ୍ରସାର ସାଂସ୍କୃତିକ ଲୋକାଭିମୁଖୀକାର୍ଯ୍ୟକ୍ରମର ଭୂୟିୟସୀ ପ୍ରଶଂସା କରି ସାମ୍ପ୍ରତିକ ପରିସ୍ଥିତିରେ ଏହି ପ୍ରକାର ସାକାରତ୍ମକ କାର୍ଯ୍ୟକ୍ରମ ସମାଜରେ ସାଂସ୍କୃତିକ ଐକ୍ୟ, ଏକତା, ଅଖଣ୍ଡତା ଏବଂ ମୈତ୍ରୀଭାବ ପ୍ରତିଷ୍ଠା କରିବାରେ ବିଶେଷ ଭାବେ ସହାୟକ ହୋଇପାରିବ ବୋଲିମତ ପୋଷଣ କରିଥିଲେ । ସଂସ୍ଥାର କର୍ମକର୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।