କଣାସ, କେନ୍ଦ୍ର ଓ ରାଜ୍ୟସରକାର ଅସହାୟ ବ୍ୟକ୍ତିମାନଙ୍କର ଥଇଥାନ ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ଖର୍ଚ୍ଚକରି ଅସହାୟ ଲୋକମାନଙ୍କୁ ଥଇଥାନ କରୁଥିବା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ଦୋକନ୍ଦା ଗ୍ରାମପଚାଂୟତର ସବଳଙ୍ଗ ଗ୍ରାମର ଜଣେ ଅସହାୟ ମହିଳା ବିଜୁ ପକ୍କାଘର ନିର୍ମାଣ ପାଇଁ ନିର୍ଦ୍ଦେଶ ପାଇଥିଲେ ମଧ୍ୟ କେତେକ ବ୍ୟକ୍ତି ତାକୁ ଗୃହ ନିର୍ମାଣ କରାଦେଉ ନଥବାରୁତିଳତମା ବିଡିଓ କଣାସ, ତହସିଲଦାର କଣାସ, କଣାସ ଥାନା ଭାରପ୍ରାପ୍ତ ଅଧିକାରୀ, ଜିଲ୍ଲାପାଳ ପୁରୀ ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବା ବେଳେ ନ୍ୟାୟ ନ ପାଇବାରୁ ଆଜି ଦିନତମାମ ତହସିଲ କାର୍ଯ୍ୟାଳୟ ପରିସରରେ ଭୋକ ଉପବାସରେ ପଡିରହିଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ବିଜୁ ପକ୍କାଘର ନିର୍ମାଣ ପାଇଁ କିଣି ଥିବା ପଥରକୁ କେତେକ ବ୍ୟକ୍ତି ନେଇଯାଇଥିବା କଣାସ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କଣାସ ଥାନା ପୋଲିସ୍ ସେଥିପ୍ରତି ଦୃଷ୍ଟି ଦେଇନଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପଞ୍ଜିକୃତ ସଂଖ୍ୟା ସି.ଏମ.ଓ.ଏଫ.ଏଫ/ପି/୨୦୨୧/୦୦୩୦୩ ତା.୦୯.୦୩.୨୦୨୧ରିଖରେ ଅଭିଯୋଗ କରିବାପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓ କଣାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରୁ ପତ୍ର ଆସିଥିବା ଜଣାପଡିଛି । ଆଉ ମଧ୍ୟ ଅନେକ ପକ୍କାଘର ବାଲାଙ୍କୁ ବିୁପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଏକ ଅଭିଯୋଗ ପତ୍ର ତିଳତ୍ତମା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୯ତାରିଖ ଦିନ ଦାଖଲ କରିଛନ୍ତି । ତାହାର ପଞ୍ଜିକରଣ ସଂଖ୍ୟା ୦୦୩୦୪ ସେହି ଅଭିଯୋଗ ଅନୁଯାଇ କଣାସ ବିଡିଓଙ୍କୁ ପୁନଶ୍ଚ ଆଉ ଏକ ପତ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆସିଥିବା ଜଣାପଡିଛି ।
ଏ ସଂପର୍କରେ କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା ପଚାରିବାରୁ ସେ କୁହନ୍ତି, ଆମେ ବାରମ୍ବାର ଜାଗା ମାପଚୁପ ପାଇଁ ତିଳତମାକୁ ଡାକୁଛୁ ସେ ଯାଉ ନାହିଁ । ତିଳତମା ମଧ୍ୟ କହୁଛି ମୁଁ ଗଲେ ମତେ ଗ୍ରାମରେ ମାରଧର କରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଳଜ କରୁଛନ୍ତି ।