
ଭଦ୍ରକ, ଭଦ୍ରକ ଜିଲା ଆଗରପଡ଼ା ହେମପଦ୍ମ ଗ୍ୟାଲେକ୍ସି ଠାରେ ·ଲିଥିବା କୁସୁମ ଟିଭି ପ୍ରୟୋଜିତ ସପ୍ତମ ବାର୍ଷିକ ଉକ୍ରଳ କେଶରୀ ଆଗରପଡ଼ା ମହୋତ୍ସବ ଉଦଯାପିତ ହୋଇ ଯାଇଛି। ଧର୍ମ ନାମରେ ଶଠତା ସମାଜ ପାଇଁ ହାନିକାରକ। ଓଡ଼ିଶା ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେଶ। ଏଠାରେ ଲୋକମାନେ ଶାନ୍ତି ପ୍ରେମୀ ଓ ଭଗବତ ପ୍ରେମୀ। ମାତ୍ର ଏହି ସରଳତାର ସୁେଯାଗ ନେଇ କିଛି ଆମô ଘୋଷିତ ବାବାର ପରିଚୟ ନେଇ ଲୋକମାନଙ୍କ ଧର୍ମୀୟ ଭଗାବନା ଉପରେ କୁଠାରଘାତ କରି ପ୍ରବନା ଓ ପ୍ରହେଳିକା ସୃଷ୍ଟି କରୁଛନ୍ତି। ଶ୍ରୀ ଜଗନ୍ନାଥ ଚେତନାଧର୍ମୀ ମାନେ ଲୋକମାନଙ୍କ ମଧ୍ଯରେ ଧାର୍ମିକ ଭାବନା ସୃଷ୍ଟି କରି ସମାଜରୁ କଳୁଷିକତା, ଆବିଳତା ଆଦି ଦୂର କରିବାରେ ସକ୍ଷମ ହୋଇପାରିଛନ୍ତି। ଧାର୍ମିକ ଭାବନା ଚେତନା ମଧ୍ଯରେ ସମସ୍ତେ ଅଭିଭୂତ ହୋଇ ପାରିଲେ ସୁନ୍ଦର ସମାଜ ଗଢି ଉଠିବ ବୋଲି ବିଶିଷ୍ଟ ପ୍ରବଚକ ପଣ୍ଡିତ ଜିତୁ ଦାସ ମୁଖ୍ୟ ଅତିଥି ଭାବେ େଯାଗଦେଇ କହିଛନ୍ତି। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାଧୁ ଶ୍ରୀଶ୍ରୀ ଅଗ୍ନିହୋତ୍ରୀ ବାବା ଭୈରାବାନନ୍ଦ ସରସ୍ବତୀ େଯାଗଦେଇ କହିଲେ, ଧର୍ମ ବିନା ଶାନ୍ତି ନାହó, ଆମେ ଶାନ୍ତିକୁ ବାହାରେ ଖୋଜିଲେ ମିଳିବ ନାହó। ମନକୁ ଏକାଗ୍ର ରଖô ଭଗବାନଙ୍କ ଚରଣରେ ନିଜକୁ ସମର୍ପି ଦେଇ ସମସ୍ତ କାର୍ଯ୍ୟକଲେ ମନରେ ଅପୂର୍ବ ଶାନ୍ତି ଲାଭ ହୋଇ ପାରିବ। ମହୋସôବ କିମିଟର ସଭାପତି ଆଇନଜୀବି ମନୋଜ ରାୟଙ୍କ ସଭାପତିତ୍ବରେ ଉପଦେଷ୍ଟା ରଥ ବେହେରା, ପୂର୍ବତନ ସରପ ରବିନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ନାଗରିକ ଭୋଳାନାଥ ନାୟକ, ପୃଥୀରାଜ ଦାସ, ରାମଚନ୍ଦ୍ର ନାୟକ, ସମାଜସେବୀ ପ୍ରଦିପ କୁମାର ସିଂହ, ଉପ-ସଭାପତି ଗୋପାଳ କୃଷ୍ଣ ଦାଶ, ମନ୍ମଥ ଦାସ, କୈଳାସ ଚନ୍ଦ୍ର ଧଳ ପ୍ରମୁଖ ମାସୀନ ହୋଇ ବକ୍ତବ୍ୟ ରଖôଥିଲେ। ମହୋସôବ କମିଟିର ସµାଦକ ସାମ୍ବାଦିକ ହେମନ୍ତ ସିଂହ ମ ପରି·ଳନା କରିବା ସହ ୮ଦିନ ବ୍ୟାପି ଏହି ମହୋସôବକୁ ସରସ ସୁନ୍ଦର କରାଇବା ସେଙ୍ଗସେଙ୍ଗ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ଯରେ ସମସ୍ତ କାର୍ଯ୍ୟ ହୋଇଥିବାରୁ ସମସ୍ତଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ଇଂ ଅମୀୟ ରଞ୍ଜନ ରାମ ଅତିଥି ପରିଚୟ ସ୍ବାଗତ ଭାଷଣ ଓ ଉପ-ସଭାନେତ୍ରୀ ମମତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଜେନା, ସୁଗୃହିଣୀ ସନ୍ଧ୍ୟାରାଣୀ ଧଳ, ପଣ୍ଡିତ ରାଖାଲକୃଷ୍ଣ ମିଶ୍ର, ତବଲା ବାଦକ ରାଜନ୍ଦ୍ରେ ମାଦୁଳି, ରମେଶ ଜେନାଙ୍କୁ ଉରୀୟ ମାନପତ୍ର ଏବଂ ଅନ୍ର୍ତଜାତୀୟ ଓଡ଼ିଶୀ ନୃତ୍ରଶିଳ୍ପୀ ଶୁଭେନ୍ଦୁ ଲେଙ୍କାଙ୍କୁ ପ୍ରତିକୃତି ପ୍ରଦାନ ପୂର୍ବକ ସମ୍ବଦ୍ର୍ଧିତ କରାଯାଇଥିଲା। ବିଭିନ୍ନ ସନ୍ଧ୍ୟାରେ ଅନୁଷ୍ଠିତ ନୃତ୍ୟ ସଙ୍ଗୀତ ଭିିକ କାର୍ଯ୍ୟକ୍ରମରେ ଭାଗନେଇଥିବା କୃି କଳାକାର ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ କୁସୁମ ଟିଭିର ଅଧ୍ଯକ୍ଷା କୁସୁମ ମଞ୍ଜରୀ ଦାସ, ନିଦ୍ର୍ଧେଶକ ଦିପକ ତ୍ରିପାଠୀ, ଉପଦେଷ୍ଟା କୁନା ପରିଡ଼ା, ସୁଦର୍ଶନ ପ୍ରଧାନ ପ୍ରମୁଖ ମହୋସôବ କମିଟିକୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ଜ୍ୟୋତିଷୀ, ଦିପକ ପୁରୀ, ଚିରଞ୍ଜନ ଦାସ, ତପନ କୁମାର ଦାସ, ସମ୍ରାଟ ସିଂହ, ଶିବାନନ୍ଦ ଦାସ ଅଧିକାରୀ, ସ୍ବାଗତିକା ରାଉତ, ଲକ୍ଷ୍ମିପ୍ରିୟା ମହାପାତ୍ର, ଚଳା ସାହୁ, ଅମିତା ନାୟକ, ସୁନୟନା ଦାସ, ସାମ୍ବାଦିକ ପ୍ରଦୁ୍ୟମ୍ନ ପୁହାଣ, ଅକ୍ଷୟ ସିଂହ, ଜୀତେନ୍ଦ୍ର ଶତପଥୀ ପ୍ରମୁଖ ପରି·ଳନାରେ ସହେଯାଗ କରିଥିଲେ।