ନୂଆଦିଲ୍ଲୀ, ଜାତିସଂଘ ଇନଷ୍ଟିଚ୍ୟୁଟ୍ ଫର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ୟୁନିଟର)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି । ଅଣ-ସଂକ୍ରାମକ ରୋଗରୁ ଅକାଳ ମୃତ୍ୟୁହାରକୁ ହ୍ରାସ କରିବାରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ୟୁନିଟର ପ୍ରଶଂସା କରିଛି ।ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍ରେ କହିଛନ୍ତି, “ଅଣ-ସଂକ୍ରାମକ ରୋଗକୁ ରୋକିବା ଏବଂ ଅଧିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତ ପ୍ରୟାସର ଅଗ୍ରଭାଗରେ ରହିଛି । ପ୍ରଶଂସା ପାଇଁ ୟୁନିଟରକୁ କୃତଜ୍ଞତା ଜଣାଉଛୁ । ମିଳିମିଶି ଆମେ ସମସ୍ତେ ସୁସ୍ଥ ବିଶ୍ଵ ତିଆରି କରିବାକୁ ହେବ”।