ଭୁବନେଶ୍ୱର, ୧୬ ଅକ୍ଟୋବର – ଏଣିକି ଘରୋଇ ମେଡିକାଲ ଓ ନର୍ସିଂହୋମ୍ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରୋଗୀ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ ନାହିଁ ।୨୦୧୭ ମସିହାରୁ ଘରୋଇ ହସ୍ପିଟାଲ ଗୁଡିକ ପକ୍ଷରୁ ଉକ୍ତ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟସେବା ବାବଦ ଅର୍ଥ ରାଜ୍ୟ ସରକାର ଦେଇ ନାହାନ୍ତି । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାପାଇଁ ଅଲ୍ ଓଡିଶା ପ୍ରାଇଭେଟ୍ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଫୋରମ୍ ନିଷ୍ପତି ନେଇଛି ।
ଫୋରମ୍ ର ସମ୍ପାଦକ ଇନ୍ଦ୍ରମଣି ଜେନା କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ନର୍ସିଂହୋମ୍ ଏହି ଫୋରମ୍ ସହ ଅନୁବନ୍ଧିତ ଅଛନ୍ତି । ୨୦୧୭ ମସିହାରୁ ଏହି ନର୍ସିଂହୋମ୍ ମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଆସୁଛନ୍ତି । ମାତ୍ର ରାଜ୍ୟ ସରକାର ଏହାର ଭରଣା କରୁ ନାହାନ୍ତି । ରାଜ୍ୟ ସରକାରଙ୍କ ଉପରେ ପ୍ରାୟ ୩୦ କୋଟି ଟଙ୍କା ଏବାବଦରେ ବାକିଆ ରହିଛି । ଉକ୍ତ ବାକିଆ ଅର୍ଥ କିପରି ମିଳିବ ସେଥିନେଇ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀଙ୍କ ସହ ଆଲୋଚନା କରିବାପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି । ତେଣ ୁ ଫୋରମ୍ ଏହି ସେବାକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ବୋଲି ସେ କହିଛନ୍ତି ।