ଭଦ୍ରକ, କୁଆଁସସ୍ଥିତ ମହିଳା ଗ୍ରୁପର ହିତାଧିକାରୀଙ୍କ ଅଭିେଯାଗ ମୂଳେ ଭଦ୍ରକ ଓ ଚରµା ଶାଖା ବନ୍ଧନ ବ୍ୟାଙ୍କ ବିରୁଦ୍ଧରେ ଭଦ୍ରକ ଟାଉନ ଥାନାରେ ଏକ ମାମଲା ପିଏସ କେସ ନଂ.- ୧୨୪/୨୧ ନଂ ଧାରା ୨୯୪/୫୦୬/୩୪ ମୂଳେ ରୁଜୁ ହୋଇଛି ସୂଚନାେଯାଗ୍ୟ କୁଆଁସ ଗ୍ରାମର ସ୍ମୃତିରେଖା ଦ ଥାନାରେ ଦେଇଥିବା ଏତଲାରୁ ଯାହା ଜଣାଯାଏ। ଭଦ୍ରକ ବନ୍ଧନ ବ୍ୟାଙ୍କ ଫାଇନାନ୍ସ ଚରµା ଶାଖାର ଏରିଆ ମେନେଜର, ମଠସାହି ଶାଖାର ବ୍ରା ମେନେଜର ଓ କଲେକ୍ସନ ଅଫିସର ଅଶୋକ ସାର୍ ତା ୦୬.୦୨.୨୦୧୮ ରିଖ ଠାରୁ ୨ ଲକ୍ଷ ଟଙ୍କା ଋଣ ଦେବା ପାଇଁ ଶ୍ରୀମତୀ ଦଙ୍କ ଠାରୁ ଦସ୍ତାବେଜ ପତ୍ର, ୫ ଗୋଟି ଷ୍ଟେଟ ବ୍ୟାଙ୍କ ଦସ୍ତଖତ ଥାଇ ଅଲେଖା ବ୍ଲାଙ୍କ ଚେକ୍ ଏଗ୍ରିମେ ପେପର ନେଇଥିଲେ। ଉକ୍ତ ଧାର୍ଯ୍ୟ ତାରିଖରେ ଋଣ ନଦେଇ ଗ୍ରୁପକୁ ଆସିଥିବା ସାରେ, ଗ୍ରୁପ ସଭ୍ୟାଙ୍କ ଠାରୁ ହିତାଧିକାରୀଙ୍କ ଉପସ୍ଥିତିରେ ସଭ୍ୟାଙ୍କ ଠାରୁ ଦସ୍ତଖତ ନେଇ ଋଣ ନଦେଇ ଶ୍ରୀମତୀ ଦଙ୍କୁ ଜମିପଟା, ପାଉତି ଓ ଟଙ୍କା ଲା ମାଗିଥିଲେ। ତାହା ଶ୍ରୀମତୀ ଦ ଦେଇ ନପାରିବାରୁ ଉକ୍ତ ଋଣ ମଞ୍ଜୁର କରିବାକୁ ମନା କରିଥିଲେ। ଶ୍ରୀମତୀ ଦ ତାଙ୍କୁ ପ୍ରତିବାଦ କରିବାରୁ ଏରିଆ ମ୍ୟାନେଜର ଓ ବ୍ରା ମ୍ୟାନେଜର, ଦୁହେଁ ମିଶି ଅଶ୍ଳିଳ କୁ-ଭାଷାରେ ଗାଳିଗୁଲଜ କରି ଅପମାନିତ କରିବା ସହିତ ଧକ୍କାମାରି ବ୍ୟାଙ୍କରୁ ବାହାର କରିଦେଇଥିଲେ ଏବଂ ପୁଣି ବ୍ୟାଙ୍କକୁ ଆସିଲେ ଜୀବନରୁ ମାରିଦେବା ପାଇଁ ମଧ୍ଯ ଧମକ ଦେଇଥିଲେ। ଏହାପରେ ଶ୍ରୀମତୀ ଦ ନ୍ୟାୟ ପାଇବା ପାଇଁ ଥାନାକୁ ବାରମ୍ବାର ଦୌଡି ନିରାଶ ହୋଇ ଫେରିଥିଲେ। ଶେଷରେ ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଆରକ୍ଷୀ ଅଧିକ୍ଷକ, ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ଲିଖôତ ଅଭିେଯାଗ କରିଥିଲେ। ଗତ ତା ୦୮.୦୨.୨୦୨୧ ରିଖରେ ମାନ୍ୟବର ମାନବାଧିକାର ବନ୍ଧନ ବ୍ୟାଙ୍କ ଅଫିସର ମାନଙ୍କ ବିରୋଧରେ କେଶ ନଂ. ୫୧୩/୨୧ ମୂଳେ ଏକ ମାମଲା ରୁଜୁ କରିଛନ୍ତି। ଯାହାକି ବର୍ମାନ ସୁଦ୍ଧା ବିଚାରଧିନ ଅଛି। ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ନିଦ୍ର୍ଧେଶରେ ବନ୍ଧନ ବ୍ୟାଙ୍କ ଏରିଆ ମେନେଜର ଓ ଶାଖା ପରିଚାଳକ ଓ କଲେକ୍ସନ ଅଫିସର ମାନଙ୍କ ବିରୋଧରେ ଉପରୋକ୍ତ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି।