
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ତୁଳାପଡ଼ା ରାଜସ୍ୱ ନୀରିକ୍ଷକ ଥବୀର ଭୋଇ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ଅଧିକାରୀ ମାନଙ୍କ ହାତରେ ଧରାପଡିଛନ୍ତି । ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ ହୋଇଛି । ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।